ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ୱାର୍ଲ୍ଡ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ବନ୍ଦ କରିବା ଲାଗି ବଭିନ୍ନ ବର୍ଗର ଲୋକେ ଦାବି କରୁଛନ୍ତି। ଅନ୍ୟପଟେ ୱାର୍ଲ୍ଡ କପ୍‌ରେ ଜୁନ ୧୬କୁ ଭାରତ ପାକିସ୍ତାନ ମଧ୍ୟରେ ହେବାକୁଥିବା ମ୍ୟାଚ୍‌ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

ଅନଲାଇନରେ ଟିକେଟ ନେବା ଲାଗି ୪ଲକ୍ଷରୁ ଅଧିକ ଲୋକ ଆବେଦନ କରିସାରିଲେଣି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବାକୁ ସ୍ତିର କରାଯାଇଛି ସେଠାରେ ଦର୍ଶକ ବସିବା କ୍ଷମତା ୨୫ହଜାର ଅଟେ।

ଅନେକ ଖେଳାଳୀ ୱାର୍ଲ୍ଡ କପ୍‌ରୁ ଭାରତ ପାକିସ୍ତାନ ମ୍ୟାଚ୍‌ ନହେବା ଲାଗି ଦାବି କରିଛନ୍ତି। ଚେତନ ଚୌହାନଙ୍କ ଭଲି ବ୍ୟକ୍ତି ବି କହିଛନ୍ତି କି ଭାରତୀୟ ଖେଳାଳୀ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ବହିଷ୍କାର ଲାଗି ଆଇସିସି ପାଖରେ ଦାବି କରିବା ଦରକାର।

Comment