ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଅଷ୍ଟ୍ରେଲିଆରେ ଜଣେ ମହିଳା ନିଜ ଘର ଛାତ ଉପରେ ଏମିତି ଏକ ଦୃଶ୍ୟ ଦେଖିଥିଲେ ଯାହା ତାଙ୍କୁ ଚକିତ କରିବା ସହିତ ଭୟଭୀତ କରାଇଥିଲା। କେଥୀ ଗାଲ ନାମକ ଏହି ମହିଳା ସେହି ସମୟର ଏକ ଭିଡିଓ ଫୁଟେଜ୍ ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରିଥିଲେ ଯାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏକ ବିଶାଳ ଅଜଗର ଛାତ ଉପରେ ଥିବା ଟିଭି ଆଣ୍ଟିନା ଉପରେ ଲଟକି ରହି ଏକ ପକ୍ଷୀକୁ ଶିକାର କରିଥିଲା ଯାହା କେଥୀଙ୍କ ନଜରରେ ପଡିଥିଲା। ଯାହାର ଭିଡିଓ ସେ ରେକର୍ଡ କରିବା ସହିତ କିଙ୍ଗକ୍ଳିଫ୍ ହାପେନିଙ୍ଗ ନାମକ ଏକ ଫେସବୁକ୍ ଗ୍ରୁପ୍ରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଏହି ଭିଡିଓ ବହୁଳ ଭାବେ ଭାଇରାଲ ହୋଇଯାଇଥିଲା।
କେଥୀଙ୍କ କହିବା ମୁତାବକ ସେ ଏହି ଘଟଣାକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ । ଅଜଗରଟି ଏକ ପକ୍ଷୀକୁ ନିଜର ଶିକାର କରିବା ସହିତ ତାକୁ ସମ୍ପୂର୍ଣ୍ଣ ରୂପେ ଢୋକିବାକୁ ପ୍ରାୟ ଦେଢ ଘଣ୍ଟା ସମୟ ନେଇଥିଲା। ଯାହାର ଭିଡିଓକୁ ସେୟାର କରିବା ସହିତ କେଥୀ କ୍ୟାପସନ୍ ରେ ଲେଖିଥିଲେ “ମୁଁ ଏଭଳି ଘଟଣା କେବେବି ଆଗରୁ ଦେଖିନି, ଆମ ଆଣ୍ଟିନା ଉପରେ ଅଜଗରଟି କୋରବାଗ୍ ପକ୍ଷୀଟିକୁ ଖାଇବା ପାଇଁ ଚେଷ୍ଟା କରୁଥିଲା।”

















