ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଫାଶୀଦଣ୍ଡର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି।

ନିର୍ଭୟା ଗଣୁଦଷ୍କର୍ମରେ ଫାଶୀ ଦଣ୍ଡାଦେଶ ପାଇଥିବା ଅପରାଧୀ ସୁପ୍ରିମକୋର୍ଟ ପାଖରେ ନିଜର ଜୀବନଭିକ୍ଷା କରିଛନ୍ତି। ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅକ୍ଷୟ ସିଂହ ନାମକ ଦୋଷୀ ଫାଶୀଦଣ୍ଡର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ମୁକେଶ ସିଂହ, ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂହଙ୍କୁ କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ଖୁବଶୀଘ୍ର ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏହାପୂର୍ବରୁ ଅଭିଯୁକ୍ତ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଫାଶୀ ଦଣ୍ଡାଦେଶର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି। ତାଙ୍କ ପୂର୍ବରୁ ଅଭିଯୁକ୍ତ ମୁକେଶ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି। ଗତ କିଛି ଦିନ ତଳେ ଅଭିଯୁକ୍ତ ବିନୟ ଶର୍ମା ମଧ୍ୟ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ଗୃହ ମନ୍ତ୍ରାଳୟ ତାଙ୍କର ଏହି ଆବେଦନକୁ ରାଷ୍ଟ୍ରପତିଙ୍କ ପାଖରୁ ପଠାଇଦେଇଥିଲା। ତେବେ ଏହାର ଗୋଟିଏ ଦିନପରେ ସେ ହଠାତ୍ ତାଙ୍କର କ୍ଷମା ଆବେଦନକୁ ଫେରେଇ ଆଣିବାକୁ ସେ ଦାବି କରିଥିଲେ।୨୦୧୨ରେ ଦିଲ୍ଲୀରେ ଗୋଟିଏ ଚଳନ୍ତା ବସରେ କେତେକ ଲୋକ ଗୋଟିଏ ୨୩ ବର୍ଷୀୟ ଝିଅର ଗଣଦୁଷ୍କର୍ମ କରିଥିଲେ। ପୋଲିସ ଏଥିରେ ମୋଟ ୬ ଜଣ ଦୋଷୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ ଅପରାଧୀକୁ ୧୮ବର୍ଷ ହେବା ପରେ ତାକୁ ଛାଡ଼ି ଦିଆଯାଇଥିଲେ। ଅନ୍ୟଜଣେ ଦୋଷୀ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲେ। ବାକି ଥିବା ଆଉ ୪ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି।

Comment