ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘଦିନରୁ ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ୟାଷ୍ଟ୍ରଇଂଟେଷ୍ଟାଇନଲ ଏଣ୍ଡୋସ୍କୋପି ପାଇଁ ତାଙ୍କ ମଡେିକାଲରେ ଭର୍ତ୍ତି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କୁ ଆହୁରି ୪୮ ଘଣ୍ଟା ଅବଜର୍‌ଭେସନରେ ରହିବାକୁ ପଡ଼ିବ।

ପାରିକର ମେଡିକାଲରେ ଭର୍ତ୍ତି ହେବପାରେ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତ ଏକ ବର୍ଷ ହେବ ପାରିକର ଅସୁସ୍ଥ ରହିଛନ୍ତି। ସେ କ୍ୟାନସରରେ ପୀଡ଼ିତ ଅଛନ୍ତି।

Comment