ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଧାନସଭାରେ ବହୁମତ ହାସଲ କରିଛନ୍ତି। ଆଜି ବିଧାନସଭାରେ ପ୍ରମୋଦଙ୍କ ଶକ୍ତି ପରୀକ୍ଷା ଥିଲା। ଯେଉଁଥିରେ ସେ ପାସ୍‌ ହୋଇଛନ୍ତି। ଅର୍ଥାତ ତାଙ୍କୁ ବହୁମତ ମିଳିଛି। ତାଙ୍କ ସପକ୍ଷରେ ୨୦ ବିଧାୟକଙ୍କ ଭୋଟ ମିଳିଛି। ବହୁମତ ହାସଲ କରିବା ପାଇଁ ୧୯ ବିଧାୟକଙ୍କ ଭୋଟର ଆବଶ୍ୟକତା ରହିଥିଲା। କାରଣ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ ୩୬ ଜଣ ବିଧାୟକ ରହିଛନ୍ତି।

ସୂଚନା ମୁତାବକ ଗୋଆରେ ବିଜେପି ନେତୃତ୍ୱରେ ୨୧ ଜଣ ବିଧାୟକ ଅଛନ୍ତି। ଏଥିରୁ ୧୨ ଜଣ ବିଜେପି ବିଧାୟକ,  ଜିଏଏଫ ସହେଯାଗୀ ଦଳର ୩ ବିଧାୟକ ଏବଂ ମହାରାଷ୍ଟ୍ରବାଦୀ ଗୋମାନ୍ତକ ଦଳରୁ ୩ ବିଧାୟକ, ୩ ଜଣ ନିର୍ଦ୍ଦଳୀୟ ବିଧାୟକ ସାମିଲ ଅଛନ୍ତି । ଅନ୍ୟ ପଟେ କଂଗ୍ରେସ ନିକଟରେ ୧୪ ଜଣ ବିଧାୟକ ଅଛନ୍ତି। ତେଣୁ ପ୍ରମୋଦ ସହଜରେ ବହୁମତ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରମୋଦ ସାୱନ୍ତ।

Comment