ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କରୋନା ଆକ୍ରାନ୍ତ। ଏବେ ସେ ହୋମ୍‌ ଆଇସୋଲେସନରେ ଅଛନ୍ତି। ଏନେଇ ପ୍ରମୋଦ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଯିଏ ବି ଆସିଛନ୍ତି ସେମାନେ ନିଜର କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।BGU

ପ୍ରମୋଦଙ୍କଠାରେ କରୋନାର ହାଲୁକା ଲକ୍ଷଣ ଦେଖାଯାଉଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତେଣୁ ସେ ଘରୁ ନିଜର କାମ କରିବେ ବୋଲି ଗୋଆବାସୀଙ୍କୁ ଜଣାଇଛନ୍ତି।

ପ୍ରମୋଦ ସାଓ୍ୱନ୍ତଙ୍କ ବ୍ୟତୀତ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ବି କରୋନା ଆକ୍ରାନ୍ତ ହୋଇଛନ୍ତି।

Comment