ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଅନ୍ତିମ ବିଦାୟ ଦେବ ଦେଶ।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ପାରିକରଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ବିଜେପି କାର୍ଯ୍ୟାଳୟ ଅଣାଯାଇଛି।

ପାରିକରଙ୍କ ଶେଷ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଲାଗିଛି। ପାରିକରଙ୍କ ଅନ୍ତିମ ସଂସ୍କାର ପାଇଁ ଗୋଆରେ ପ୍ରସ୍ତୁତି ଚାଲିଛି। ସନ୍ଧ୍ୟା ୫ରେ ଅନ୍ତିମ ସଂସ୍କାର ହେବ। ପାରିକରଙ୍କୁ ଶେଷ ସଲାମ ଦେବ ଦେଶ। ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଅମିତ ଶାହ।

ରବିବାର ୬୩ବର୍ଷ ବୟୟରେ ପାରିକରଙ୍କ ଦେହାନ୍ତ ହୋଇଥିଲା।

ପାରିକର ଅନେକ ଦିନ ହେବ ପାନକ୍ରିଆଟିକ୍‌ କ୍ୟାନସରରେ ପୀଡିତ ଥିଲେ। ସେ ଅନେକଦିନ ଧରି ବିଦେଶରେ ଚିକିତ୍ସା କରାଇଛନ୍ତି। ଗତ କିଛିମାସ ପୂର୍ବରୁ ସେ ମୁମ୍ବାଇ ଫେରିଥିଲେ। ଗୋଆରେ ତାଙ୍କର ଚିକିତ୍ସା ଚାଲିଥିଲା।

ତିନିଥର ଗୋଆର ମୁଖ୍ୟମନ୍ତ୍ରୀ ରହିସାରିଥିବା ମନୋହର ପାରିକର ଦେଶର ରକ୍ଷାମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ପାରିକରଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାରିକର ଗୋଆ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Comment