ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତ ଖୁବଶୀଘ୍ର କରୋନା ଭାଇରସ୍‌ ହରାଇପାରେ। ଭାରତରେ ଅନେକ ସ୍ଥାନରେ ଏହାକୁ ହରାଇବାର ସଙ୍କେତ ସାମ୍ନାକୁ ଆସିଛି।

କରୋନା ଭାଇରସ୍‌ କାରଣରୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ଵାରା ଲୋକମାନେ ଏନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ କରୋନା ସମ୍ଵନ୍ଧୀୟ ଖବର ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଉଛି। ପ୍ରତିଦିନ କରୋନା ସଂକ୍ରମଣ ଓ ଏହାର ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି। ଏହି ସମୟ ମଧ୍ୟରେ ଏପରି ଏକ ସଙ୍କେତ ଦେଖାଯାଇଛି, ଯାହା ଦ୍ଵାରା କରୋନା ଭାଇରସ୍‌ ହରାଇବାର ପ୍ରମାଣ ମିଳୁଛି।

ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ହାର

ଦେଶରେ ୨,୫୦୦ରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଭାରତରେ ସୁସ୍ଥ ହାର ୮ ପ୍ରତିଶତ ଥିଲା। ଯାହା ବର୍ତ୍ତମାନ ୧୪ ପ୍ରତିଶତରେ ପହଞ୍ଚିଛି। ଏହାର ଅର୍ଥ ପ୍ରତି ୧୦୦ ରୋଗୀଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି, ଯାହା ଏକ ଭଲ ଖବର। ଶନିବାର ଦିନ ସୁସ୍ଥ ହାର ୧୩.୮୫ ପ୍ରତିଶତ ରହିଥିଲା।

୩୨୫ ଜିଲ୍ଲାରେ କୌଣସି ମାମଲା ନାହିଁ

ଯଦି ଆମେ କରୋନା ଭାଇରସ୍‌ ମାମଲା ବିଷୟରେ କଥା ହେବା, ତେବେ ଦେଶରେ ୭୩୬ ଜିଲ୍ଲା ମଧ୍ୟରୁ ୪୧୧ ଜିଲ୍ଲାରେ ରବିବାର ପର୍ଯ୍ୟନ୍ତ କୌଣସି ମାମଲା ସାମ୍ନକୁ ଆସିନାହିଁ। ଅର୍ଥାତ ପ୍ରାୟ ଅଧା ଦେଶରେ କରୋନା ସଂକ୍ରମଣ ହୋଇନାହିଁ। ତେବେ ଏଭଳି ସ୍ଥିତିରେ ଭାରତ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଭାବିପାରିବା।

ଗୋଆ କରୋନା ମୁକ୍ତ

ରବିବାର ନିଜେ ଗୋଆ ଘୋଷଣା କରିଛି ଯେ ରାଜ୍ୟ ବର୍ତ୍ତମାନ କରୋନା ମୁକ୍ତ। ରାଜ୍ୟରେ ମୋଟ ୭ଟି ମାମଲା ରୁଜୁ ହୋଇଥିଲା, ସେଥିମଧ୍ୟରୁ ୬ଟି ସୁସ୍ଥ ହୋଇ ସାରିଥିଲେ ଏବଂ ରବିବାର ଦିନ ସପ୍ତମ ରୋଗୀଙ୍କୁ ରିପୋର୍ଟ ନେଗେଟିଭ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

corona

ମଣିପୁର ବି ହେଲା କରୋନା ମୁକ୍ତ

ଗୋଆ ପରେ ସୋମବାର ମଣିପୁର ମଧ୍ୟ କରୋନା ମୁକ୍ତ ହୋଇଛି। ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଟୁଇଟ କରି ସୂଚନା ଦେଇଛନ୍ତି। ଏଠାରେ ମାତ୍ର ଦୁଇଟି ମାମଲା ରହିଥିଲା, ଗୋଟିଏ ପୂର୍ବରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଆଜି ସୁସ୍ଥ ହୋଇଛନ୍ତି। ଏହା ଦେଶ ପାଇଁ ଏକ ଖୁସି ଖବର।

ୟୁପିର ଏହି ଜିଲ୍ଲାଗୁଡ଼ିକ ମଧ୍ୟ କରୋନା ମୁକ୍ତ

ନିକଟରେ ୟୁପି ମଧ୍ୟ ଘୋଷଣା କରିଛି ଯେ ପିଲିଭିତ୍‌, ମହାରାଜଗଞ୍ଜ ଏବଂ ହାଥ୍ରାସ କରୋନା ମୁକ୍ତ ଅଟେ। ରାଜ୍ୟ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପିଲିଭିତ୍‌, ମହାରାଜଗଞ୍ଜ ଏବଂ ହାଥ୍ରାସରେ ଜଣେ ବି ରୋଗୀ ନାହାଁନ୍ତି, ସେଠାରେ ଥିବା ସମସ୍ତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ବ୍ୟତୀତ ପ୍ରୟାଗରାଜ ମଧ୍ୟ କରୋନା ମୁକ୍ତ ହୋଇପାରିଛି।

କମିଲା ଆକ୍ରାନ୍ତ ଦ୍ୱିଗୁଣିତ ହେବାର ହାର

ସରକାର କହିଛନ୍ତି ଯେ କରୋନା ସହ ଯୁଦ୍ଧରେ ଭାରତର ରେକର୍ଡ ଅନ୍ୟ ଦେଶ ତୁଳନାରେ ବହୁତ ଭଲ। ଲକଡାଉନ୍ ପୂର୍ବରୁ ତିନି ଦିନ ମଧ୍ୟରେ କରୋନା ରୋଗୀମାନେ ଦ୍ୱିଗୁଣିତ ହୋଇଥିଲେ। ବର୍ତ୍ତମାନ ମାମଲାକୁ ଦ୍ୱିଗୁଣିତ କରିବାକୁ ହାରାହାରି ୬ଦିନ ଲାଗୁଛି। ୧୯ଟି ରାଜ୍ୟରେ ଏହାଠାରୁ ଅଧିକ ଦିନ ମଧ୍ୟ ଲାଗୁଛି। ଏହି ରାଜ୍ୟଗୁଡ଼ିକରେ କେରଳ, ଆସାମ, ତାମିଲନାଡୁ, ପଞ୍ଜାବ, ୟୁପି, ହରିୟାଣା, ଲଦାଖ, ଦିଲ୍ଲୀ, ଚଣ୍ଡିଗଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ।

ଶୀଘ୍ର ଆସିପାରେ ଟିକା

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମୁଖ୍ୟ ବୈଜ୍ଞାନିକ ଡକ୍ଟର ରମଣ ଗଙ୍ଗାଖେଡକର କହିଛନ୍ତି ଯେ ଦେଶରେ ତିନି ପ୍ରକାରର କରୋନା ଜୀବାଣୁ ଅଛନ୍ତି। ଏହାର କାରଣ ହେଉଛି ବିଭିନ୍ନ ଦେଶରୁ ଲୋକ ଭାରତକୁ ଆସିବା। ଏହାର ଟିକା ଖୁବଶୀଘ୍ର ତିଆରି କରାଯିବ। ଏହାସହ ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ କହିଛି ଯେ ସେପ୍ଟେମ୍ବର ସୁଦ୍ଧା କୋରୋନା ଟିକା ପ୍ରସ୍ତୁତ କରାଯିବ।

ବଢ଼ାଯିବ ନମୁନା ପରୀକ୍ଷାର କ୍ଷମତା

ICMRର କରୋନା ପରୀକ୍ଷା କ୍ଷମତା ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। କିଛି ଦିନ ପୂର୍ବରୁ ସରକାର ଏହାର ଯୋଜନାକୁ ମଧ୍ୟ କହିଥିଲେ ଯେ ଏହାକୁ ଦିନକୁ ପ୍ରାୟ ୮୦ ହଜାରକୁ ବୃଦ୍ଧି କରିବାକୁ ପଡ଼ିବ, ଯାହା ବର୍ତ୍ତମାନ ଦିନକୁ ୩୭ ହଜାରରେ ପହଞ୍ଚିଛି। ICMR ଏପର୍ଯ୍ୟନ୍ତ ୩,୮୩,୯୮୫ ନମୁନା ପରୀକ୍ଷା କରିଛି।

ଭିଲୱାରା ମଡେଲ ଅନୁକରଣ କରୁଛନ୍ତି ଅନ୍ୟ ରାଜ୍ୟ

ରାଜସ୍ଥାନର ଭିଲୱାରାଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜୀବାଣୁ ସବୁଠାରୁ ଖରାପ ଥିଲା। ପରେ ପ୍ରଶାସନ ଭିଲୱାରାର ସୀମାକୁ ସିଲ୍ କରିଥିଲା। ପ୍ରତ୍ୟେକ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଭିଲୱାରା କରୋନାଠାରୁ ସମ୍ପୂର୍ଣ୍ଣ ମୁକ୍ତ ଏବଂ ଏଠାରେ କୌଣସି ନୂଆ ମାମଲା ଆସୁନାହିଁ। କେନ୍ଦ୍ର ଓ ବାକି ରାଜ୍ୟମାନଙ୍କୁ ଭିଲୱାରା ମଡେଲ ଗ୍ରହଣ କରିବାକୁ କୁହାଯାଉଛି ଏବଂ ରାଜ୍ୟମାନେ ଏହା ଆରମ୍ଭ କରିଛନ୍ତି। ଆଶା କରାଯାଏ ଯେ କରୋନା ଜୀବାଣୁ ଅଧିକ ଦିନ ରହିବ ନାହିଁ।

Comment