ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭେଟିବା ପରେ ଗୁରୁବାର ସ୍ଥଳସେନାମଖ୍ୟ ବିପିନ ରାୱତ ପାରିକରଙ୍କୁ ଭେଟିଛନ୍ତି।

“ପାରିକରଙ୍କ ସ୍ଵାସ୍ଥ୍ୟାବସ୍ଥା କପରି ଅଛି ଓ ସେ କେମିତି ଅନୁଭବ କରୁଛନ୍ତି ତାହା ଦେଖିବା ପାଇଁ ଆସିଥିଲି” ପାରିକରଙ୍କ ସହ ସାକ୍ଷାତ ପରେ ଏହି ମନ୍ତବ୍ୟ ଦେଇଛନ୍ତି ରାୱତ।

ଜାନୁଆରୀ ୨୯ରେ ରାହୁଲ ଗାନ୍ଧି ପାରିକରଙ୍କୁ ଭେଟିବାକୁ ଯାଇଥିଲେ। ସେ ପାରିକରଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିଥିଲେ। ୬୩ ବର୍ଷୀୟ ପାରିକର କ୍ୟାନସରରେ ପୀଡ଼ିତ ଅଛନ୍ତି। ଅସୁସ୍ଥତା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସୂଚାରୁରୂପେ ତୁଲାଉଛନ୍ତି। ପାରିକର ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।

କିଛି ଦିନ ପୂର୍ବରୁ ବିଜେପି ନେତା ଏଲ କେ ଆଡଭାନୀ ପାରିକରଙ୍କୁ ଭେଟିଥିଲ।

Comment