ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ନୂଆବର୍ଷ। ଏହି ଅବସରରେ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ନୂଆ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ। ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ନରଓ୍ୱାଣେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ସେନା ସବୁ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

‘‘ବିଶେଷ କରି ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳ ଉପରେ ନଜର ରଖାଯାଇଛି। ମାନବାଧିକାର ଉପରେ ମଧ୍ୟ ସେନା ଗୁରୁତ୍ୱ ଦେଉଛି। ଦେଶର ସୁରକ୍ଷା ଦିଗରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ’’, କହିଛନ୍ତି ନରଓ୍ୱାଣେ।

ଏହି ନୂଆବର୍ଷରେ ଦେଶରେ ଆହୁରି ପ୍ରଗତି ହେବ। ଏଥିପାଇଁ ସୀମା ସୁରକ୍ଷିତ ରହିବା ଆବଶ୍ୟକ। ସୀମାକୁ ସୁରକ୍ଷିତ ରଖିବାକୁ ଆମେ ସବୁବେଳେ ପ୍ରସ୍ତୁତ କରିଛନ୍ତି ସ୍ଥଳସେନା ମୁଖ୍ୟ।

Comment