ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଆଶା, ସମ୍ଭାବନା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷରୁ ନୂଆ ଆରମ୍ଭ କରିବାକୁ ନୂଆ ସଂକଳ୍ପ ନେଇଛନ୍ତି ଲୋକେ। ଏଥିସହ ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ।

ତେବେ ଏଥର ନୂଆବର୍ଷକୁ ବାଣ ଫୁଟାଇ, ବାଜା ବଜାଇ, କେକ୍‌ କାଟି ନୁହେଁ ବରଂ ପରସ୍ପରକୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରିଛନ୍ତି। ତେବେ ଏଥର ନୂଆବର୍ଷ ଉତ୍ସାହ କିନ୍ତୁ ଫିକା ପଡ଼ିଛି। ଏମିତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବି ହୋଇପାରିନାହିଁ। ନୂଆ ବର୍ଷରେ ଭିଡ଼କୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି।

ନୂଆବର୍ଷ ଖୁସିରେ ଗ୍ରହଣ ଲଗାଇ ଦେଇଛି କରୋନା। ଲୋକେ ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ବାର ଯାଇପାରିବେ ନାହିଁ। ଘରେ ରହି ନୂଆବର୍ଷ ପାଳିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Comment