ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗ ପରେ ତାଙ୍କ ଦାୟିତ୍ୱ ନେଇଛନ୍ତି  ବିଜେପି ନେତା ପ୍ରମୋଦ ସାୱନ୍ତ। ସୋମବାର ବଳିମ୍ବିତ ରାତିରେ ପ୍ରମୋଦ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ତାଙ୍କୁ ଶପଥପାଠ କରାଇଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗ ପରେ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କିଏ ନେବ ସେନେଇ ସଙ୍କଟ ଦେଖାଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ସୋମାବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତନ ଗଡକରୀ ଘନ ଘନ ବୈଠକ କରିଥିଲେ।

ଶେଷରେ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗୋଆ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପ୍ରମୋଦ ଦଳର ମୁଖପାତ୍ର ଓ ଗୋଆ ବିଧାନସଭାର ବାଚସ୍ପତି ଦାୟିତ୍ୱ ତୁଲାଉଥିଲେ

Comment