ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ମ୍ୟାଚ୍‌ ବିଶାଖାପଟନମ୍‌ରେ ଥିବା ୱାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଖେଳାଯିବ।

ଏହି ଷ୍ଟାଡିୟମରେ ଏବେ ଯାଏଁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୬ରେ ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ବିଶ୍ୱକପ୍‌ ପୂର୍ବରୁ ଏହା ଅନ୍ତିମ ସିରିଜ୍‌ ଥିବାରୁ ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଯଶପ୍ରୀତ୍‌ ବୁମରା ସ୍ଥାନ ପାଇଛନ୍ତି।

ତେବେ ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ଖେଳିବେ ନାହିଁ। ଟିମ୍‌କୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତ ଅଧିକ ଶକ୍ତିଶାଳୀ ଅଛି। ମାତ୍ର ଉଭୟ ଟିମ୍‌ ମ୍ୟାଚ୍‌ ଜିତିବା ନେଇ ଆଶାବାଦୀ ଅଛନ୍ତି।

Comment