ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ଅଦାଲତ ଦୁର୍ନୀତି ବିରୋଧରେ ସଜା କାଟୁଥିବା ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାସହିତ ଚିକିତ୍ସା ଲାଗି ସରିଫ କରିଥିବା ଆବେଦନକୁ ବି ମନା କରିଛନ୍ତି କୋର୍ଟ।

ତେବେ କେଉଁ କାରଣ ପାଇଁ ଜାମିନ୍ ଆବେଦନକୁ ଖାରଜ କରାଯାଇଛି ତାହା ପରବର୍ତ୍ତୀ ଶୁଣାଣିରେ କୁହାଯିବ। ସରିଫ ଅଲ୍‌ ଆଜିଜିଆ ମିଲ୍‌ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୭ବର୍ଷ ଲାଗି ସଜା କାଟୁଛନ୍ତି।

ଇସଲାମାବାଦ ହାଇ କୋର୍ଟର ୨ଜଣୀଆ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି ଯେ ସରିଫଙ୍କ ଆବେଦନକୁ ଖାରଜ କରାଯାଇଛି। ଏହି ଶୁଣାଣି ବେଳେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ସାହିଦ୍‌ ଖାକାନ୍ ପୂର୍ବ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସମେତ ପିଏମଏଲଏନର ଅନେକ ନେତା ଉପସ୍ତିତ ଥିଲେ।

ଏହା ପରେ ଉପସ୍ତିତ କିଛି ନେତା ପ୍ରତିକ୍ରିୟା ଦେଇ କହିଛନ୍ତି କି ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ନିରାଶ ଅଛୁ।

Comment