ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ ପାଣି, କ୍ଷୀର ଏବଂ ଦହିରେ ଗାଧୋଉଥିବା କଥା ଶୁଣିଥିବେ। କିନ୍ତୁ ବିଶ୍ୱରେ ଏଭଳି ସ୍ଥାନ ଅଛି ଯେଉଁଠି ଲୋକେ ଅଶୋଧିତ ତେଲରେ ଗାଧୋଉଛନ୍ତି। ଏହି ସ୍ଥାନଟି ଇରାନର ଅଜରବେଜାନର ନାଫତଲାନରେ ଅବସ୍ଥିତ। ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ତେଲରେ ଗାଧୋଇଥାନ୍ତି। କୁହାଯାଉଛି ଏହି ତେଲରେ ଗାଧୋଇବା ଫଳରେ ୭୦ରୁ ଅଧିକ ରୋଗ ଦୂର ହୋଇଥାଏ।

ଜଣେ ରୋଗୀ ୩୦ ଡିଗ୍ରୀ ତାପମାତ୍ରାରେ ଥିବା ୧୩୦ ଲିଟର ତେଲରେ ଗାଧୋଇଥାଏ। ଯେଉଁ ରୋଗୀଙ୍କ ହାଡ଼ ମଝିରେ ଗ୍ୟାପ୍ ରହିଥାଏ ଏହି ତେଲରେ ଗାଧୋଇଲେ ହାଡ଼ ଯୋଡ଼ି ହୋଇଯାଇଥାଏ। ସୀମିତ ସମୟ ପାଇଁ ରୋଗୀଙ୍କୁ ଗାଧୋଇବାକୁ ଦିଆଯାଇଥାଏ। ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇଲେ ତେଲରେ ରହିଥିବା କେମିକାଲ ଅଂଶ ଶରୀରକୁ ଖରାପ କରିଦେଇଥାଏ। ଏପରିକି ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସମ୍ଭାବନା ଥାଏ।

ଏହି ରୋଗ ପାଇଁ ୧୦ ଦିନର କୋର୍ସ ମଧ୍ୟ ରହିଛି। ଦିନକୁ ଥରେ ମାତ୍ର ୧୦ ମିନିଟ୍ ପାଇଁ ଗାଧୋଇପାରିବେ। ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ହଜାର ହଜାର ଲୋକ ଚିକିତ୍ସିତ ହେଉଛନ୍ତି। କାଜାକିସ୍ତାନ, ଜର୍ମାନୀ, ଋଷ ସହିତ ଏସିଆ ଏବଂ ୟୁରୋପ ଦେଶର ଲୋକ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି।

Comment