ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରାନ୍‌ରେ ଫସିଥିବା ୫୮ ଜଣ ଭାରତୀୟ ତୀର୍ଥଯାତ୍ରୀ ଭାରତ ଫେରିଛନ୍ତି। ଇରାନ୍‌ର ରାଜଧାନୀ ତେହେରାନ୍‌ରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଆଇଏଏଫ୍‌ ସି-୧୭ ଗ୍ଲୋବାମାଷ୍ଟର ଗାଜିଆବାଦ୍‌ସ୍ଥିତ ଏୟାରବେସ୍‌ରେ ଅବତରଣ କରିଛି।

ସୋମବାର ରାତି ୮ଟାରେ ଇରାନ୍‌ ଅଭିମୁଖେ ବାହାରିଥିଲା ଏହି ବିମାନ। ପ୍ରଥମ ପର୍ଯ୍ୟାୟରେ ୫୮ ଜଣଙ୍କୁ ଅଣାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଭାରତୀୟଙ୍କୁ ଅଣାଯିବ।

ଏହି ଭାରତୀୟମାନଙ୍କୁ ଅଣାଯିବା ପୂର୍ବରୁ ଏମାନଙ୍କର ସ୍କ୍ରିନିଂ କରାଯାଇଥିଲା। ଇରାନ୍‌ରେ ୨୦୦ରୁ ଅଧିକ ଭାରତୀୟ ବସବାସ କରନ୍ତି।

କୋରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ଵରେ ହାହାକାର ସୃଷ୍ଟି ହୋଇଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭାଇରସ୍‌ ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏହି ଭାଇରସ୍‌ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ୪୩ ଜଣ କୋରୋନା ପଜେଟିଭ ଦେଶରେ ଚିହ୍ନଟ ହୋଇ ସାରିଛନ୍ତି।

Comment