ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏକବିଂଶ ଶତାବ୍ଦୀର ବିଶ୍ୱ ଏକ ଭୟାବହ ପରିସ୍ଥିତି ଦେଇ ଗତି କରୁଛି। ମାନବ ସଭ୍ୟତା ଉପରେ ଏଭଳି ଏକ ସଙ୍କଟର ବାଦଲ ଛାଇ ହୋଇଛି ଯେ ଲୋକମାନଙ୍କୁ କାମ ଧନ୍ଦା ଛାଡ଼ି ଘର ଭିତରେ ଜବରଦସ୍ତ ରହିବାକୁ ପଡୁଛି। ସ୍କୁଲ, ଅଫିସ, ମଲ, କମ୍ୟୁନିଟି ସେଣ୍ଟର, ସଂସ୍କୃତି କେନ୍ଦ୍ର, ରେଷ୍ଟୁରାଣ୍ଟ ସବୁଠି ତାଲା। ନା ବିମାନ ଚାଲୁଛି, ନା ଟ୍ରେନ ନା ବସ୍‌। ଜୀବନ ଉପରେ ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏଭଳି ଏକ ବ୍ରେକ ଲଗାଇଛି ଯେ ତାହା ଆକଳନ କରିବା କଷ୍ଟ।

ଅନେକ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍‌ଡାଉନ୍‌ ଲାଗିଛି। ଗୋଟିଏ ଆକଳନ ଅନୁସାରେ ୧୨୦ କୋଟିରୁ ଅଧିକ ଲୋକଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ଯଦି ବିଶ୍ୱର ଜନସଂଖ୍ୟା ୭୦୦ କୋଟି, ୧୨୦ କୋଟି ଲୋକ ଘରେ ବସିବା କିଛି କମ କଥା ନୁହେଁ। କରୋନା ଯୋଗୁଁ ଇତି ମଧ୍ୟରେ ୧୫ ହଜାର ଲୋକ ପ୍ରାଣ ହରାଇଛନ୍ତି।

୪ ଲକ୍ଷ ସଂକ୍ରମଣ

ଏଏଫପି ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ ବିଶ୍ୱ ଜନସଂଖ୍ୟାର ପାଞ୍ଚ ଭାଗରୁ ଭାଗେ ଲୋକ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲା ବେଳେ ପ୍ରାୟ ୪ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦେଶରେ ପୂରା ବନ୍ଦ ଅବସ୍ଥା ତ ଆଉ କିଛି ଦେଶରେ ଆଂଶିକ ଅଚଳ ଅବସ୍ଥା।

ଚୀନ, ଡେନମାର୍କ, ଅଲ ସଲ୍‌ଭଡୋର, ଇଟାଲୀ, ଜର୍ମାନୀ, ଇରାନ, ବ୍ରିଟେନ, ପୋଲାଣ୍ଡ, ସ୍ପେନ, ବେଲ୍‌ଜିୟମ, ଆର୍ଜେଣ୍ଟିନା, ଭାଟିକାନ ସିଟି, ନରୱେ, ଇଣ୍ଡୋନେସିଆ ଆଦି ଦେଶରେ ପୂରା ଲକଡାଉନ କରାଯାଇଛି। ସଂକ୍ରମଣ ଦୃଷ୍ଟିରୁ ଚୀନ ଓ ଇଟାଲୀ ପରେ ଆମେରିକାର ସ୍ଥାନ ଆସୁଛି। ଆମେରିକାରେ ୫୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଣେ ଭାରତ, ପାକିସ୍ତାନ, ଆମେରିକା ପ୍ରଭୃତି ଦେଶରେ ଆଂଶିକ ଭାବେ ବନ୍ଦ ଘୋଷଣା କରାଯାଇଛି।

ସାର୍କ ଦେଶମାନଙ୍କ ମଧ୍ୟରେ ପାକିସ୍ତାନ କରୋନା ଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନର ଲୋକସଂଖ୍ୟା ୨୦ କୋଟି ହୋଇଥିବା ବେଳେ ଅଭୂତପୂର୍ବ ଭାରତ ସ୍ୱାଧୀନତା ପାଇବା ପରଠାରୁ ଏଭଳି ଅବସ୍ଥା କେବେ ହୋଇନଥିଲା। ପ୍ରଥମ ଥର ପାଇଁ ଆକାଶ, ଜଳ ଓ ସ୍ଥଳ ବନ୍ଦ ହେବା ସ୍ଥିତିକୁ କେବେ ଆସିନଥିଲା।

Comment