ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌ କବଳରେ ଇରାନ। ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବେ ଭାରତ ସରକାର। ଏନେଇ ସୋମବାର ରାତିରେ ବାୟୁସେନାର ବିମାନ ସି-୧୭ ଗ୍ଲୋବାମାଷ୍ଟର ଇରାନ ଅଭିମୁଖେ ଯାତ୍ରା କରିବ। ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତକୁ ଅଣାଯିବ।

ସୋମବାର କୋରୋନା ଭାଇରସ୍‌ ଆକ୍ରାନ୍ତରେ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏଯାଏଁ ମୋଟ ୨୩୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୭ ହଜାର ୧୬୭ ଲୋକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ୨ ହଜାର ୩୯୪ ଜଣ ସୁସ୍ଥ ହୋଇ ସାରିଲେଣି।

କୋରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ଵରେ ହାହାକାର ସୃଷ୍ଟି ହୋଇଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭାଇରସ୍‌ ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏହି ଭାଇରସ୍‌ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ୪୩ ଜଣ କୋରୋନା ପଜେଟିଭ ଦେଶରେ ଚିହ୍ନଟ ହୋଇ ସାରିଛନ୍ତି।

Comment