ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ(ନ୍ୟାସନାଲ ୱାର ମେମୋରିଆଲ) ଉଦଘାଟନ କରିଛନ୍ତି।

“ସ୍ମାରକ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ବହୁବାର ପ୍ରଚେଷ୍ଟା ପରେ ମଧ୍ୟ ଏହା ହୋଇ ପାରୁନଥିଲା। ଆପଣଙ୍କ ଆର୍ଶୀବାଦରୁ ୨୦୧୪ରେ ଆମେ ଏହି ଏହି ସ୍ମାରକ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲୁ। ଆଜି ସମୟ ପୂର୍ବରୁ ଏହାକୁ ଲୋକର୍ପଣ କରାଯାଇଛି”, ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୋଦି।

ଉଦ୍‌ଘାଟନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ, ସ୍ଥଳସେନା, ବାୟୁସେନା, ନୌସେନା ମୁଖ୍ୟ ଉପସ୍ଥିତ ରହିଥିଲେ।

୨୫୯୪୨ ସହିଦଙ୍କୁ ଏହି ଅବସରେ ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଠାରେ ୨୧ଜଣ ବୀର ପୁତ୍ରଙ୍କ ପ୍ରତିମା ନିର୍ମାଣ କରାଯାଇଛି। ୬୯୦ ଗଛ ଲଗାଯିବା ସହିତ ୪ ଚକ୍ର ବୀରତା ଚକ୍ର, ତ୍ୟାଗ ଚକ୍ର, ଅମର ଚକ୍ର, ରକ୍ଷକ ଚକ୍ର ମଧ୍ୟ ନିର୍ମାଣ କରାଯାଇଛି। କାନ୍ଥରେ ୨୫୯୪୨ ସହିଦଙ୍କ ନାମ ଲେଖାଯାଇଛି।

ଦେଶ ସ୍ୱାଧିନ ହେବାପରେ ସହିଦ ହୋଇଥିବା ସୈନିକଙ୍କ ସ୍ମରଣ ପାଇଁ ଇଣ୍ଡିଆ ଗେଟ ନିକଟରେ ନ୍ୟାସନାଲ  ୱାର ମେମୋରିଆଲ ନିର୍ମାଣ କରାଯାଇଛି। ଏହି ସ୍ମାରକ ସ୍ଥଳ ୪୦ ଏକର ଜମିରେ ନିର୍ମାଣ କରାଯାଇଛି। ପ୍ରାୟତଃ ୧୭୬ କୋଟି ଟଙ୍କା ବ୍ୟୟରେ ଏହି ଏହା ନିର୍ମାଣ ହୋଇଛି।

Comment