ଓଡ଼ିଶାଲଇଭ୍‌ ବ୍ୟୁରୋ

ଆଜି ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜୈଶ-ଏ-ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଭାରତ ସେହି ସମୟରେ ଏହି ଆକ୍ରମଣ କରିଥିଲା ଯେତେବେଳେ ଦୁଇଦେଶର ଲୋକେ ଗଭୀର ନିଦରେ ଥିଲେ।

ଭାରତୀୟ ବାୟୁସେନା ଯେଉଁ ଅଞ୍ଚଳରେ ଆକ୍ରମଣ କରିଛନ୍ତି ସେହି ଅଞ୍ଚଳର ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛ। ବିବିସି ଉର୍ଦ୍ଦୁର ସୂଚନାନୁସାରେ ଏହି ଘଟଣା ପରେ ବାଲାକୋଟର ଏକ ଗାଁର ଲୋକେ ନିଜ ପ୍ରତିକ୍ରିୟା ବଖାଣିଛନ୍ତି।

ବିବିସି ଉର୍ଦ୍ଦୁ ସହ କଥା ହେଉଥିବା ବେଳେ ଗାଁ ଲୋକେ କହିଛନ୍ତି, “ରାତି ପାଖାପାଖି ୩ଟା ବେଳେ ଆମେ ଏକ ବଡ଼ ଶବ୍ଦ ଶୁଣିଥିଲୁ। କିଛିସମୟ ଲାଗି ଆମକୁ ଲାଗିଲାକି ଘଡଘଡ଼ି ମାରୁଛି। ଏହାର ଠିକ୍‌ ୫ରୁ୧୦ ମିନିଟ୍‌ ପରେ ଜାଣିଲୁ କି ଆକ୍ରମଣ ହୋଇଛି।”

ଭାରତୀୟ ସେନାର ଏହି ବିମାନ ଆକ୍ରମଣରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା କୁହାଯାଉଛି। ତେବେ ସବୁଠୁ ବଡ କଥା ହେଉଛି ଏତେ ବଡ ଆକମ୍ରଣକୁ ମାତ୍ର ୨୧ମିନିଟ୍‌ରେ ଭାରତୀୟ ସେନା ସାରି ସୁରକ୍ଷିତ ଭାବେ ଭାରତ ଫେରିଆସିଥିଲା।

ପ୍ରତ୍ୟକ୍ଷଦର୍ଶୀ ଆହୁରି ମଧ୍ୟ କହିଛନ୍ତି କି, “ଏହି ଘଟଣା ପରେ ଆମେ ପୂରା ରାତି ଶୋଇପାରିନଥିଲୁ। ଶବ୍ଦ ହେବାର କିଛି ସମୟପରେ ବିମାନ ଉଡ଼ିବାର ଶବ୍ଦ ହୋଇଥିଲା ଏହା ଲଗାତାର ୫ରୁ୧୦ ମିନିଟ୍‌ ପର୍ଯ୍ୟନ୍ତ ହୋଇଥିଲା।”

“ଯେଉଁଠି ଏହି ଆକ୍ରମଣ ହୋଇଛି ସେହି ସ୍ଥାନକୁ ଆମେ ଆଜି ସକାଳେ ଯାଇଥିଲୁ ଯେଉଁଠି କିଛି ବଡ଼ ବଡ଼ ଗାତ ଦେଖିବାକୁ ପାଇଥିଲୁ। ସେଠାକାର ୪ରୁ୫ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜଣେ ସେଠାରେ ଆହତ ଅବସ୍ଥାରେ ଥିବା ମଧ୍ୟ ଆମେ ଦେଖିଛୁ।”

Comment