ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ମାଟ୍ରିକ୍‌ର ତୃତୀୟ ଦିନରେ ହିନ୍ଦୀ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ହୋଇଛି।

ବଲାଙ୍ଗିର ଅଞ୍ଚଳରେ ମାଟ୍ରିକ୍‌ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣା ଶୁଣିବାକୁ ମିଳିଛି। ଏନେଇ ସଠିକ୍‌ ସୂଚନା ମିଳିନାହିଁ।

ଏନେଇ ବଲାଙ୍ଗିର ଡିଇଓ ଖଣ୍ଡନ କରିଛନ୍ତି। ଡିଇଓଙ୍କ କହିବା କଥା କି କେହି ଜଣେ ବ୍ୟକ୍ତି ପୁରୁଣା ପ୍ରଶ୍ନପତ୍ର ଭାଇରାଲ କରି ବଲାଙ୍ଗିରକୁ ବଦନାମ କରୁଛି।

ତେବେ ମାଟ୍ରିକ୍‌ ପରୀକ୍ଷା ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ମୋବାଇଲ୍‌କୁ ମୋବାଇଲ୍‌ ବୁଲୁଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନରୁ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଆଉ ଏବେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଏକ ଚିନ୍ତାର ବିଷୟ ପାଲଟିଛି।

Comment