ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗିଛି। ମାଟ୍ରିକ୍‌ ପ୍ରଥମ ଦିନ ମାତୃଭାଷା ପରୀକ୍ଷାର କିଛି ସମୟ ପରେ ହିଁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଆଜି ମାଟ୍ରିକ୍‌ ପରୀକ୍ଷାର ଚତୁର୍ଥ ଦିନ। ଚତୁର୍ଥ ଦିନରେ ଗଣିତ ପ୍ରଶ୍ନପତ୍ରର ସେଟ୍‌ ଡି ଭାଇରାଲ ହୋଇଥିବା ସୂଚନା ମଳିଛି।

ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ମୋବାଇଲ୍‌ରେ ବୁଲୁଛି ପ୍ରଶ୍ନପତ୍ର। ଭାଇରାଲ ପ୍ରଶ୍ନପତ୍ର ସହ ଏକ ଆଡମିଟ୍ କାର୍ଡ ଫଟୋ ବି ବୁଲୁଛି।

ହେଲେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସ୍ୱୀକାର କଲା ବୋର୍ଡ। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ ଏନେଇ ସୂଚନା ଦେଇଛନ୍ତି।

ବୋର୍ଡ ସଭାପତି କହିଛନ୍ତି, “ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। କେଉଁଠାରୁ ଭାଇରାଲ ହୋଇଛି, ତାହା ବି ଜଣାପଡ଼ିଛି। ଏନେଇ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment