ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭରୁ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ଆସିବା ପରେ ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲକୁ ଗୁଜବ କହିଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍।

ସେ କହିଛନ୍ତି, “ମୂଳ ପ୍ରଶ୍ନପତ୍ର ସହ ଭାଇରାଲ ପ୍ରଶ୍ନପତ୍ର ମେଳ କରାଯାଇଥିଲା। ହେଲେ କୌଣସି ସାମଞ୍ଜସ୍ୟ ନାହିଁ। ଏହା ଲୋକଙ୍କ ବଦମାସୀ। ଏଣୁ ଛାତ୍ରଛାତ୍ରୀମାନେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ।”

ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ନୂଆପଡ଼ା, ଜୟପୁର ଏବଂ କାମାକ୍ଷାନଗର ଆଦି ଅଞ୍ଚଳରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ଆସିଥିଲା।

LEAVE A REPLY

Please enter your comment!
Please enter your name here