ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମାତ୍ର ଭୋଟ ଆରମ୍ଭରୁ ବିଭିନ୍ନ ସ୍ଥାନରୁ ଇଭିଏମରେ ତ୍ରୁଟି ପାଇଁ ଲୋକେ ମତଦାନ ଦେଇପାରୁନାହାନ୍ତି। ଯେଉଁଥିପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ବଲାଙ୍ଗିର ଲୋଇସିଂହାର ଦୁଇଟି ବୁଥରେ ଭୋଟର ଭୋଟ ବର୍ଜନ କରିଛନ୍ତି। ଭୋଟ ବର୍ଜନ କରିଛନ୍ତି ବବଜା ଓ ଜଙ୍କରିଅ ଗାଁ ଲୋକେ। ମତଦାନ କେନ୍ଦ୍ର ବହୁଦୂର ହୋଇଥିବାରୁ ପ୍ରତିବାଦ କରି ଭୋଟ ବର୍ଜନ କରିଛନ୍ତି ଗାଁ ଲୋକେ।

ଯେଉଁ ଦୁଇଟି ବୁଥରେ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଆସିନାହାନ୍ତି ସେଠାରେ ପୋଲିଂ କର୍ମଚାରୀ ଅଛନ୍ତି ମାତ୍ର ଭୋଟର ନାହାନ୍ତି। ତେବେ ଏହି ଦୁଇଟି ବୁଥର ଭୋଟରଙ୍କୁ ମନାଇବାରେ ଜିଲ୍ଲା ପ୍ରଶାସନ ସଫଳ ହେଉଛି କି ନାହିଁ ସେମାନେ ଭୋଟ ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Comment