ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳର ତେହାରଥୁମ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ଏହି ଦୁର୍ଘଟଣାରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କ ସହିତ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏନେଇ ନେପାଳ ସିଭିଲ ଏଭିଏସନ ଅଥୋରିଟିର ଅଧିକାରୀ ବିରେନ୍ଦ୍ର ପ୍ରସାଦ ଶ୍ରେଷ୍ଠ ସୂଚନା ଦେଇଛନ୍ତି।
A helicopter carrying #Nepal Tourism Minister #RabindraAdhikari, six others crashes in Nepal’s Taplejung district today. Nepal police says five bodies have been recovered so far. pic.twitter.com/87udQuaSew
— Doordarshan News (@DDNewsLive) February 27, 2019
ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ ନେପାଳର ତାପଲେଜୁଙ୍ଗ ଠାରୁ ତେହାରଥୁମ ଯାତ୍ରାକରୁଥିଲେ। ତେବେ ହଠାତ୍ ହେଲିକପ୍ଟରଟି ତଳକୁ ଖସି ପଡ଼ି କ୍ରାସ୍ ହୋଇଯାଇଥିଲା।
ଦୁର୍ଘଟଣାର କାରଣ ଏଯାଏ ଜଣା ପଡ଼ିନାହିଁ। ଦୁର୍ଘଟଣା ସମୟରେ କ୍ୟାପ୍ଟେନ୍ ପ୍ରଭାକର କେସି ଏହି ହେଲିକପ୍ଟର ଚଳାଉଥିଲେ।