ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଆଗରେ ୨୩୭ ରନ୍‌ର ଟାର୍ଗେଟ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ଆଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୬ ରନ୍‌ ସଂଗ୍ରହ କରିଛି।

ଟସ୍‌ ଜିତି ଭ୍ରମଣକାରୀ ଆଷ୍ଟ୍ରେଲିଆ ଦଳ ପ୍ରତମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଆଷ୍ଟ୍ରେଲିଆ ଦଳ ପକ୍ଷରୁ ଓପନର ଉସମାନ୍‌ ଖୱଜା ସର୍ବାଧିକ ୫୦ ରନ୍‌ ସଂଗ୍ରହ କରିତିବା ବେଳେ ଗ୍ଲେନ୍‌ ମ୍ୟାକ୍ସୱେଲ ୪୦ ରନ୍‌ ସଂଗ୍ରହ କରିଛନ୍ତି। କିନ୍ତୁ ଆଷ୍ଟ୍ରେଲିଆ ଦଳର ଅଧିନାୟକ ଆରନ୍‌ ଫିଞ୍ଚ୍‌ ଖାତା ଖୋଲି ନପାରି ଆଇଟ ହୋଇ ପାଭିଲିୟନ୍‌କୁ ଫେରିଥିଲେ।

ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ଦଳ ପକ୍ଷରୁ ମହମ୍ମଦ ସାମୀ, ଜସ୍‌ପ୍ରିତ ବୁମ୍‌ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କେଦାର ଯାଦବଙ୍କୁ ମିଳିଛି ଗୋଟିଏ। କଙ୍ଗାରୁ ଦଳ ଧିମା ବ୍ୟାଟିଂ ପ୍ରଦର୍ଶନ କରି ନିର୍ଦ୍ଧାରିତ ୫୦ ଓଭରରେ ୨୩୬ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଭାରତ ସାମ୍ନାରେ ୧୩୭ ରନ୍‌ର ବିଜୟଲକ୍ଷ୍ୟ।

Comment