ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ମସିହା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଛି।

ଜୀବନବ୍ୟାପି ସାଧନା ପାଇଁ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ “ହେଲୋ ଆର୍ସି”ର ଅଜୟ ରାଉତରାୟଙ୍କୁ ପ୍ରଦାନ କରାଯାଇଛି।

ଶ୍ରେଷ୍ଠ ଅଭିନେତା ଭାବେ ପାର୍ଥ ସାରଥୀ ରାୟ(ହେଲୋ ଆର୍ସି) ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସନମୀରା ନାଗେଶ (ଲୈଲା ଓ ଲୈଲା) ପାଇଁ ପୁରସ୍କୃତ ହୋଇଛନ୍ତି।

ଭୁବନେଶ୍ୱର ଉତ୍କଳମଣ୍ଡପରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ ନାୟକ, ସଭାପତି ରାମକୃଷ୍ଣ ସାହୁ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ସର୍ବାଧିକ ଆୱାର୍ଡ ‘ହେଲୋ ଆର୍ସି’ ଫିଲ୍ମ ପାଇଥିଲା। ଶ୍ରେଷ୍ଠ ନିର୍ଦେଶକ ଭାବେ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ପାର୍ଥସାରଥୀ ରାୟ ଏବଂ ଶ୍ରେଷ୍ଠ ଶବ୍ଦ ଗ୍ରହଣକରୀ ପୁରସ୍କାର ସୁବାସ ସାହୁ,  ଶ୍ରେଷ୍ଠ ସଂଲାପ ଲେଖକ ଭାବେ ସମ୍ବିତ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।

ଜଷ୍ଟ ମହୋବତ ଫିଲ୍ମରେ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପାଇଁ ଏସ. କେ. ମୁରଲୀଧରନଙ୍କୁ ପୁରସ୍କାର ଦିଆ ଯାଇଥିଲା।

Comment