ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା ହୋଇଯାଇଛି। ତିନୋଟି ଓଡ଼ିଆ ଚଳଚ୍ଚିତ୍ରକୁ ଶ୍ରେଷ୍ଠ  ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନଙ୍କ ଭିତରେ ରହିଛି ‘ଶଲା ବୁଢ଼ାର ବଦ୍‌ଲା’, ‘କାଲିର ଅତୀତ’ ଓ ନନ୍ ଫିଚର ବର୍ଗରେ ରହିଛି ‘ଶ୍ରୀକ୍ଷେତ୍ରରୁ ସାହିରଜାତ’ ଚଳଚ୍ଚିତ୍ର। ‘ଶଲା ବୁଢ଼ାର ବଦ୍‌ଲା’ ଓ ‘କାଲିର ଅତୀତ’ ଚଳଚ୍ଚିତ୍ରକୁ ଯୁଗ୍ମ ବର୍ଗରେ ଶ୍ରେଷ୍ଠ ବିବେଚିତ କରାଯାଇଛି।

ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’। ସେହିପରି ଫିଲ୍ମ ‘ମଣିକର୍ଣ୍ଣିକା’ ପାଇଁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ‘ଭୋଁସ୍‌ଲେ’ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀଙ୍କୁ ଓ ‘ଅସୁରନ୍‌’ ପାଇଁ ଧନୁଷ୍‌ଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର। ଏହି ଦୁଇଜଣ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ମନୋନୀତ ହୋଇଛନ୍ତି।

Comment