ଓଡ଼ିଶାଲାଇଭ୍ ବ୍ୟୁରୋ

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନ୍ଧାଧୁନ୍‌କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ୍‌ ଖୁରାନା ଓ ବିକି କୌଶଳଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଫିଲ୍ମ ପଦ୍ମାବତ୍‌ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସଞ୍ଜୟ ଲୀଳା ଭଂସାଲିଙ୍କୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ସାଉଥ୍‌ ଫିଲ୍ମ ‘ମହାନତି’ ପାଇଁ କିର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’ ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର ଭାବେ ସମ୍ମାନ ପାଇଛି। କଣ୍ଠଶିଳ୍ପୀ ଅରିଜିତ୍‌ ସିଂହଙ୍କୁ ଶ୍ରେଷ୍ଠ ପ୍ଲେବ୍ୟାକ୍‌ ସିଙ୍ଗର ପୁରସ୍କାର ମିଳିଛି ଏବଂ ଶ୍ରେଷ୍ଠ ଗୀତ ଭାବେ ପଦ୍ମାବତ୍‌ର ବିଂତେ ଦିଲ୍ ଗୀତକୁ ପୁରସ୍କାର ମିଳିଛି।

ଅନ୍ୟପଟେ ଅମିତାଭ ବଚ୍ଚନଙ୍କୁ ମିଳିଛି ଦାଦା ସାହେବ ଫାଲ୍‌କେ ସମ୍ମାନ। ହେଲେ ଅସୁସ୍ଥତା କାରଣରୁ ଅମିତାଭ ଜାତୀୟ ପୁରସ୍କାର ଉତ୍ସବରେ ଯୋଗଦେଇ ପାରିଲେ ନାହିଁ। ଏନେଇ ସେ ଟୁଇଟ୍‌ ମଧ୍ୟ କରିଥିଲେ।

Comment