ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିନାୟକ କୋହଲିଙ୍କ ଶତକ ସୁଦ୍ଧା ଟିମ୍‌ ଇଣ୍ଡିଆ ୨୫୦ରେ ଅଲ୍‌ଆଉଟ୍‌। କଙ୍ଗାରୁ ଦଳକୁ ୨୫୧ରନ୍‌ର ଟାର୍ଗେଟ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୨୫୦ ରନ୍‌ରେ ଅଲ୍‌ଆଉଟ ହୋଇଛି। ଅଧିନାୟକ ବିରାଟ କୋହଲିଙ୍କ ଶତକ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୮.୨ ଓଭରରେ ୨୫୦ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ ହୋଇଛି। ଏହି ମ୍ୟାଚରେ କୋହଲି ୧୧୬ ରନ୍‌ ସଂଗ୍ରହ କରିଛନ୍ତି।

ନାଗପୁରର ବିଦର୍ଭା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍‌ ଜିତି ଭ୍ରମଣକାରୀ ଅଷ୍ଟ୍ରେଲିଆ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ର ପ୍ରଥମରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂରେ ବପର୍ଯ୍ୟୟ ଘଟିଥିଲା। ଟିମ୍‌ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ମାତ୍ର ୬ଟି ବଲ୍‌ ଖେଳି ଶୂନ୍ୟରେ ଆଉଟ୍‌ ହୋଇଥିଲେ। ସେହିପରି ଶୀଖର ଧୱନ ମଧ୍ୟ ପଡ଼ିଆରେ ବେଶି ସମୟ ରହି ନପାରି ଆଉଟ୍‌ ହୋଇଥିଲେ।

ତେବେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆଗକୁ ବଢ଼ିଥିଲା। ଦଳପକ୍ଷରୁ କୋହଲି ସର୍ବାଧିକ ୧୧୬ ରନ୍‌ କରିଥିବା ବେଳେ ବିଜୟ ଶଙ୍କର ୪୬ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଟିମ୍‌ ଇଣ୍ଡିଆ ୪୮.୨ ଓଭରରେ ୨୫୦ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ ହୋଇଥିଲା। ବର୍ତ୍ତମାନ କଙ୍ଗାରୁ ଦଳ ସମ୍ନାରେ ୨୫୨ ରନ୍‌ର ବିଜୟଲକ୍ଷ୍ୟ।

Comment