ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଜି ଦିନ ୧୨ ପରଠୁ ଭୁବନେଶ୍ୱରରେ ପାଗ କୋହଲା ହେବା ସହ ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖି ହୋଇଛି।

ସନ୍ଧ୍ୟା ପର୍ଯ୍ୟନ୍ତ ୪ଟି ଜିଲ୍ଲା ଅର୍ଥାତ ଖୋର୍ଦ୍ଧା, କଟକ, ନୟାଗଡ଼ ଓ ପୁରୀରେ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉତ୍ତର ଓଡ଼ିଶା ଉପକୂଳ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବର୍ଷା ସହ ଘଣ୍ଟାପ୍ରତି ୨୫ରୁ ୪୫ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

୮ ତାରିଖଠୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comment