ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୫-୧୬ ତାରିଖରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବିଭାଗର ସୂଚନା ଅନୁସାରେ ସୋମବାର, ଜୁନ ୧୩ ତାରିଖରେ ମୌସୁମୀ ବାୟୁ ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟର କିଛି ଅଞ୍ଚଳରେ ପହଞ୍ଚିଛି। ତେଣୁ ଆସନ୍ତା ଜୁନ୍ ୧୫ କିମ୍ବା ୧୬ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ମୌସୁମୀ ଆସିଲେ ଖରା ତାତିରୁ ରାଜ୍ୟବାସୀଙ୍କୁ ମୁକ୍ତି ମିଳିବ। ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା ମେ’ ମାସ ଶେଷ ସପ୍ତାହରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି।

Tags: #Monsoon #Weather #RainFall #Odisha

Comment