ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଛକରୁ ମିନି ମାରାଥନ ଆୟୋଜନ କରାଯାଇଥିଲା। ମଙ୍ଗଳବାର ସକାଳ ୭ଟାରୁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପତାକା ଉଡ଼ାଇ ଏହି ମିନି ମାରାଥନର ଶୁଭାରମ୍ଭ କରିଥିଲେ। ମିନି ମାରାଥନ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।
ମିନି ମାରାଥନରେ ୧୫ ବର୍ଷରୁ ୧୮ ବର୍ଷ, ୧୮ ବର୍ଷରୁ ୫୦ ବର୍ଷ ଏବଂ ୫୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।


















