ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୫ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଭୁବନେଶ୍ୱରରେ ଏକ ମିନି ମାରାଥନ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୩୫୦୦ ଲୋକ ଅଂଶ ଗ୍ରହଣ କରିବେ। ଛଅ କିଲୋମିଟର ଲମ୍ବା ଏହି ମାରାଥନ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହେଉଛି।

ଏହି ମିନି ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ଶେଷ ହେବ। ଏହି ମାରାଥନ ୩ଟି ବର୍ଗରେ ଆୟୋଜନ କରାଯାଇଛି। ପ୍ରଥମ ବର୍ଗ ୧୫ରୁ ୧୮ ବର୍ଷ (ଉଭୟ ବାଳକ ଓ ବାଳିକା),୧୮ବର୍ଷରୁ ଅଧିକ (ମହିଳା ଓ ପୁରୁଷ)ଏବଂ ଭେଟେରାନ (୫୦ରୁ ବର୍ଷରୁ ଅଧିକ)।

ଅଠର ବର୍ଷ ଭିତରେ ଚମ୍ପିୟାନ ଓ ରନର୍ସ ଅପ ମାନଙ୍କ ପାଇଁ ଯଥାକ୍ରମେ ୭ ହଜାର ଓ ୬ ହଜାର ଟଙ୍କା ପୁରସ୍କାର ରଖାଯାଇଛି। ତୃତୀୟ,ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୪ ହଜାର, ୩ ହଜାର ଓ ଦେଢ଼ ହଜାର ଟଙ୍କା ମିଳିବ।

ସେହିପରି ୧୮ ବର୍ଷରୁ ଅଧିକ ପ୍ରତିଯୋଗୀମାନଙ୍କ ପାଇଁ ୧୨ ହଜାର,୧୦ ହଜାର ଓ ୭ ହଜାର ୩ ହଜାର ଓ ୨ ହଜାର ରଖାଯାଇଛି। ଯେଉଁମାନେ ଏହି ମାରାଥନରେ ଯୋଗ ଦେବାକୁ ଚାହୁଁଛନ୍ତି ମାର୍ଚ୍ଚ ୪ ସୁଦ୍ଧା କଳିଙ୍ଗ ଷ୍ଟାଡ଼ିୟମରେ ରେଜିଷ୍ଟ୍ରେସନ କରିପାରିବେ।

Comment