ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୌସେନା ପ୍ରମୁଖ ଆଡ୍‌ମିରାଲ ସୁନୀଲ ଲାମ୍ବା ଆତଙ୍କବାଦକୁ ନେଇ ଏକ ବଡ଼ ଧରଣର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ ପାଇଁ ଜଳପଥକୁ ଟାର୍ଗେଟ କରିଥିବା ସୁନୀଲ ଲାମ୍ବା କହିଛନ୍ତି।

ନୌସେନାଧ୍ୟକ୍ଷ ସୁନୀଲ ଲାମ୍ବା କହିଛନ୍ତି, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ ଜଳପଥ ମାଧ୍ୟମରେ ଭାରକୁ ଟାର୍ଗେଟ କରିବାକୁ ଆତଙ୍କବାଦୀମାନଙ୍କୁ ଆବଶ୍ୟକ ତାଲିମ୍‌ ଦିଆଯାଉଛି।”

ନିୟନ୍ତ୍ରଣ ରେଖା ଦେଇ ଭାରତରେ ଅନୁପ୍ରବେଶ କରିବା ବର୍ତ୍ତମାନ କଠିନ ହୋଇଯାଇଛି। ତେଣୁ ଜଳପଥ ଦେଇ ଭାରତରେ ପ୍ରବେଶ କରିବା ପାଇଁ ଆତଙ୍କାବାଦୀମାନଙ୍କୁ ସଂଗଠନଗୁଡ଼ିକ ତାଲିମ ଦେଉଛନ୍ତି ବୋଲି ସୁନୀଲ ଲାମ୍ବା କହିଛନ୍ତି।

ତିନି ସପ୍ତାହ ତଳେ ପୁଲୱାମାରେ ଆତଙ୍କବାଦୀମାନେ ଭୟାନକ ବିସ୍ଫୋରଣ କରିଥିଲେ। ଏଥିରେ ୪୦ରୁ ଅଧିକ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଏଭଳି ପରିସ୍ଥିତରେ ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ ପାଇଁ ଜଳପଥକୁ ବାଛୁଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ସମୁଦ୍ରପଥକୁ ହିଁ ବାଛିଥିଲେ।

LEAVE A REPLY

Please enter your comment!
Please enter your name here