ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତଙ୍କୁ ଚକିତ କଲାଭଳି ଘଟଣା ଚୀନରେ ଘଟିଛି। ଏକ ଆଠ ବର୍ଷର ଛୁଆର ପେଟରେ ଭୟାନକ ଭାବେ ଯନ୍ତ୍ରଣା ହେଉଥିଲା। ଏହାଛଡା ଛୁଆଟିକୁ କିଛି କିଛି ସମୟ ବ୍ୟବଧାନରେ ବାନ୍ତି ମଧ୍ୟ ହେଉଥିଲା। ଯାହାଫଳରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ସିଟି ସ୍କାନ୍ କରିଥିଲେ ସେତେବେଳେ ତା ପେଟ ଭିତର ଦୃଶ୍ୟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପ୍ରକୃତରେ ଛୁଆଟିର ପେଟ ଭିତରେ ଦେଢ଼ କିଲୋର କେଶ ଗୁଳା ରହିଥିଲା, ଯାହାକୁ ସର୍ଜରୀ କରାଯାଇ ବାହାରକୁ ବାହାର କରାଯାଇଥିଲା। ରିପୋର୍ଟ ଅନୁସାରେ ଛୁଆଟିକୁ ଦୁଇ ବର୍ଷ ବୟସରୁ ହିଁ କେଶ ଖାଇବାର ଅଭ୍ୟାସ ରହିଥିଲା। ପିଲାଟିର ମା’ଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ସେ ଏହି ଅଭ୍ୟାସ ଛାଡିଦେଇଥିଲା। କିନ୍ତୁ ଫେବୃଆରୀ ଆରମ୍ଭରୁ ଛୁଆଟି ଅଧିକ ରୋଗୀଣା ହୋଇଯାଇଥିଲା ଏବଂ ପେଟ ଖୁବ୍ ଜୋରରେ କାଟିବାକୁ ଲାଗିବା ସହ ବାନ୍ତି ହେବାକୁ ଲାଗିଲା। ଏହାପରେ ମହିଳା ଜଣଙ୍କ ଲକ୍ଷ କଲେ ଝିଅର ପେଟ ଫୁଲିବାକୁ ଲାଗୁଛି।

ତେଣୁ ଝିଅକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଡାକ୍ତର ପେଟ କାଟିବାର କାରଣ ଜାଣିବା ପାଇଁ ଛୁଆଟିର ପେଟରେ ସିଟିସ୍କାନ୍ କରିଥିଲେ। ସିଟିସ୍କାନ୍ କରିବା ପରେ ଡାକ୍ତର ପେଟ ଭିତରେ ଏକ ବଡ କେଶର ଗଣ୍ଠି ଦେଖିଥିଲେ। ଏହି ଗଣ୍ଠି ପଥର ଭଳି ହୋଇଯାଇଥିଲା। କିନ୍ତୁ ସର୍ଜରୀ କରି କେଶର ଏହି ଗୋଳାକୁ ବାହାର କରିଦେଇଥିଲେ। ପିଲାର ଖାଇବା ପିଇବା ଉପରେ ନଜର ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପିଲାଟି କେଶ ଖାଇବା ଅଭ୍ୟାସ ପିକା’ର ଲକ୍ଷଣ ଅଟେ। ପିକା ହେଉଛି ଏକପ୍ରକାର ରୋଗ, ଯାହା ଛୁଆଙ୍କୁ ଏପରି ଜିନିଷ ଖାଇବା ନେଇ ଅଭ୍ୟାସ କରାଇଥାଏ ।

Comment