ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ମିଶିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଦଳ ତରଫରୁ ଶୁକ୍ରବାର ବଡ଼ ଦାୟିତ୍ୱ ମିଳିଛି।

ବୈଜୟନ୍ତଙ୍କୁ ଦଳ ପକ୍ଷରୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦିଆଯାଇଛି ଏହା ସହ ବିଜେପିର ଜାତୀୟ ମୁଖପାତ୍ର  ଦାୟିତ୍ୱ ମଧ୍ୟ ବୈଜୟନ୍ତ ସମ୍ଭାଳିବେ। ଜୟ ପଣ୍ଡାଙ୍କୁ ଏହି ନୂଆ ଦାୟିତ୍ୱ  ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଏ ନେଇ ସୂଚନା ମିଳିଛି।

ଗତ ୪ ତାରିଖରେ ଦିଲ୍ଲୀରେ ଅମିତ ଶାହଙ୍କ ବାସଭବନରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ ବୈଜୟନ୍ତ ପଣ୍ଡା। ଦଳରେ ସାମିଲ ହେବା ପରେ ତାଙ୍କୁ କେଉଁ ଦାୟିତ୍ୱ ମିଳିବ ବିଜେପି ଲାଗି ସେ କେତେ ଫାଇଦାବାନ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Comment