ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁବାର ବଦଳିବ ଫିରୋଜଶାହା କୋଟଲା ଷ୍ଟାଡିୟମର ନାଁ। ଏହି ନାଁ ପରିବର୍ତ୍ତନ ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁରେ ରଖାଯିବ। ଏହି ଷ୍ଟାଡିୟମରେ ଏକ ଷ୍ଟାଣ୍ଡର ନାଁ ଟିମ୍‌ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ରଖାଯିବ। ଏହାର ଉଦଘାଟନ ଗୁରୁବାର ସନ୍ଧ୍ୟାରେ ବିରାଟ କୋହଲି ନିଜେ କରିବେ।

ଏନେଇ ଜବାରହାରଲାଲ ନେହେରୁ ଷ୍ଟାଡିୟମରେ ଏକ ସମାରୋହ ଆୟୋଜନ କରାଯିବ। ଏହି ଅବସରରେ ଭାରତୀୟ ଦଳର ସମସ୍ତ ଖେଳାଳି ସମାରୋହରେ ଉପସ୍ଥିତ ରହିବେ। ଏହାସହ ଗୃହମନ୍ତ୍ରୀ ଅମିତ ଶାହା, କ୍ରିଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଉପସ୍ଥିତ ରହିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ସେପ୍ଟେମ୍ଵରେ ଧର୍ମଶାଳାରେ ଭାରତ ପ୍ରଥମ ଟି-୨୦, ୧୮ ସେପ୍ଟେମ୍ଵରେ ମୋହାଲିରେ ଦ୍ଵିତୀୟ ଓ ୨୨ ସେପ୍ଟେମ୍ଵରରେ ବେଙ୍ଗାଲୁରୁରେ ତୃତୀୟ ଟି-୨୦ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳ ଗୁରୁବାର ଦିଲ୍ଲୀରେ ଉପସ୍ଥିତ ରହିବେ।

Comment