ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ଏବେ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜଣେ ଯୁବକ ମାତ୍ର ୯.୫୫ ସେକେଣ୍ଡରେ ଶହେ ମିଟର ରେସ୍ ପାର୍ କରୁଛନ୍ତି ବୋଲି କୁହାଯାଉଛି, ଯାହାକି ବିଶ୍ୱ ଚାମ୍ପିୟନ ଉସେନ୍ ବୋଲ୍ଟଙ୍କ ସ୍ପିଡଠାରୁ ଅଧିକ।

ଯେଉଁ ଯୁବକଙ୍କୁ ନେଇ ଏହି ଚର୍ଚ୍ଚା ହେଉଛି ସେ ହେଉଛନ୍ତି କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼। ସେ ସ୍ଥାନୀୟ ଏକ ବଳଦ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହି ଦୌଡ଼ରେ ସେ ମାତ୍ର ୧୩.୬୨ସେକେଣ୍ଡରେ ୧୪୨.୫୦ ମିଟର ଅତିକ୍ରମ କରିଥିଲେ। ଯାହାକି ଉସେନ୍ ବୋଲ୍ଟଙ୍କ ରେକର୍ଡକୁ ପାର୍ କରୁଥିଲା। ଏହାପରେ ତାଙ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା।ଏପରିକି ଲୋକମାନେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ୟାଗ୍ କୋରି ସୋସିଆଲ୍ ମିଡିଆରେ ଅନେକ ପୋଷ୍ଟ କରିଥିଲେ। ଶେଷରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମଧ୍ୟ ଶ୍ରୀନିବାସଙ୍କୁ ଟ୍ରାଏଲ୍ ଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର କୋଚମାନଙ୍କ ଆଗରେ ନିଜର ଦକ୍ଷତା ଦେଖାଇବେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଏଥିରେ ସଫଳ ହେଲେ ସେ ଭାରତ ପାଇଁ ଅନେକ ଗର୍ବ ଆଣିପାରିବେ ବୋଲି ସେ କହିଛନ୍ତି।

ବିଶ୍ୱରେ ନିଜର ଦ୍ରୁତ ଦୌଡ଼ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଉସେନ୍ ବୋଲ୍ଟ ଶହେ ମିଟର ଅତିକ୍ରମ କରିବାକୁ ୯.୫୮ ସେକେଣ୍ଡ ସମୟ ନେଉଥିଲେ। ଏହାଦ୍ୱାରା ସେ ମୋଟ ୧୧ ଥର ବିଶ୍ୱ ଚାମ୍ପିୟନ୍ ହୋଇପାରିଥିଲେ।

LEAVE A REPLY

Please enter your comment!
Please enter your name here