ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଶୁଣାଣି କରିଛନ୍ତି। ମଧ୍ୟସ୍ଥିଙ୍କ ଜରିଆରେ ହେବ ଅଯୋଧ୍ୟା ମାମଲାର ଫଇସଲା। ମଧ୍ୟସ୍ଥତା ଲାଗି ୩ ଜଣିଆ ଟିମ୍‌ ଗଠନ କରି ସେମାନଙ୍କ ନାମ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍‌ ଇବ୍ରାହିମ୍‌ ଖଲିଫ୍‌ଉଲ୍ଲା କରିବେ ମଧ୍ୟସ୍ଥି ପ୍ୟାନେଲ୍‌ର ଅଧ୍ୟକ୍ଷତା। ଅନ୍ୟ ଦୁଇ ସଦସ୍ୟ ହେଲେ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଶ୍ରୀରାମ ପଞ୍ଚୁ। ସପ୍ତାହେ ମଧ୍ୟରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦଶେ ଦେଇଛନ୍ତି। ଏବଂ ୮ ସପ୍ତାହ ମଧ୍ୟରେ ଚୁଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟସ୍ଥତା ପ୍ରିକ୍ରିୟାର ମିଡିଆ ରିପୋର୍ଟିଂ ଉପରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି।

ମାର୍ଚ୍ଚ ୬ରେ ମୁଖ୍ୟ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖଣ୍ଡପୀଠରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି ଉପରେ ରାୟ ସଂରକ୍ଷିତ ରଖିଲେ। ଏବଂ ତିନି ପକ୍ଷକୁ ମଧ୍ୟସ୍ଥି ଲାଗି ନାଁ ମାଗିଥିଲେ।

Comment