ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଲୋକପ୍ରିୟ। ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ। ୧୯୯୮ ମସିହାରେ ଇଣ୍ଡୋନେସିଆ ମୁଦ୍ରାକୁ ରୁପେୟା ନାମରେ ନାମିତ କରାଗଲା।

ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟ୍‌ରେ ଭଗବାନ ଗଣେଶଙ୍କର ଫଟୋ ଅଛି। ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ଏଠାରେ ବିବେଚନା କରାଯାଏ। ସେହି ନୋଟର ସାମ୍ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ରହିଛି। ଏହି ନୋଟରେ ଇଣ୍ଡୋନେସିଆର ପ୍ରଥମ ଶିକ୍ଷାମନ୍ତ୍ରୀ ହଜର ଦୈବାଂତ୍ରାଙ୍କ ଫଟୋ ମଧ୍ୟ ରହିଛି।

ଦୈବାଂତ୍ରା ଥିଲେ ଇଣ୍ଡୋନେସିଆର ସ୍ୱାଧୀନତାର ମହାନାୟକ। କୁହାଯାଏ ଯେ କିଛି ବର୍ଷତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ସେଠାକାର ରାଷ୍ଟ୍ରଚିନ୍ତକମାନେ ବିଚାରବିମର୍ଶ କରିବାପରେ ୨୦ହଜାର ଟଙ୍କାର ଏହି ନୋଟର ପ୍ରଚଳନ କରିଥିଲେ ଯେଉଁଥିରେ ଭଗବାନ ଗଣେଶଙ୍କର ଫଟୋ ସ୍ଥାନିତ ହୋଇଥିଲା। ଏଭଳି କରିବା ପରେ ଅର୍ଥବ୍ୟବସ୍ଥା ମଜବୁତ ହୋଇଥିବାର କୁହାଯାଉଛି। ଇଣ୍ଡୋନେସିଆରେ ୮୭ ପ୍ରତିଶତ ମୁସଲିନ ରହୁଥିଲାବେଳେ ୧୩ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ରହୁଛନ୍ତି।

Comment