ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମୂଷା ସମସ୍ତଙ୍କ ଘରେ ଉତ୍ପାତ କରିଥାନ୍ତି। ଯାହାକୁ ନେଇ ଲୋରେ ଚିନ୍ତାରେ ବି ରହିଥାନ୍ତି।  ବିହାରରେ ଏକ ମୂଷା କିଛଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମଦ ପିଇବା ହେଉ ଅବା ହାଇପ୍ରୋଫାଇଲ୍ ଚୋରି କରିବା ସବୁଥିରେ ବିହାରର ମୂଷା ମାହିର ବୋଲି କୁହାଯାଉଛି।

ବିହାରର ରାଜଧାନୀ ପଟନାର ଏକ ଅଳଙ୍କାର ଦୋକାନରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଅଳଙ୍କାର ଦୋକାନରୁ ହୀରା ଚୋରି ହୋଇଯାଇଥିବା ଖବର ମିଳିଥିଲା। ଦୋକାନ ମାଲିକ ପ୍ରଥମେ ତାଙ୍କ ଦୋକାନରେ ଥିବା କର୍ମଚାରୀ ଚୋରି କରିବା ନେଇ ସନ୍ଦେହ କରିଥିଲେ। ଏନେଇ ଦୋକାନ ମାଲିକ ଧୀରଜ କୁମାର ଚୋରି ଘଟଣା ନେଇ ଶ୍ରୀକୃଷ୍ଣାପୁରୀ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପୁଲିସ ଦୋକାନାରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲା। ଏଥିରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ଦୋକାନ ମାଲିକ ଓ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚୋରି କୌଣସି ଲୋକ ନୁହେଁ ବରଂ ଏକ ମୂଷା କରିଥିବା ଜଣାପଡ଼ିଥିଲା। ଘଟଣାଟି ବୋରିଙ୍ଗ ରୋଡସ୍ଥିତ ନବରତ୍ନ ନାମକ ଏକ ଅଳଙ୍କାର ଦୋକାନରେ ଘଟିଛି ।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଏକ ମୂଷା ଅତି ସହଜରେ କାଉଣ୍ଟରକୁ ଆସୁଛି। ଏବଂ ମୁହଁରେ ହୀରା ଟପ୍ସକୁ ନେଇ ଚାଲି ଯାଉଛି। ବର୍ତ୍ତମାନ ସୁଦ୍ଧା ହୀରା ଟପ୍ପ ଜବତ ହୋଇପାରିନାହିଁ ।

Comment