ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ସୋନମ କପୁର ଓ ମାଲାୟାଲାମ ଅଭିନେତା ଦୁଲକର ସଲମାନଙ୍କ ଆଗାମୀ ଫିଲ୍ମ ‘ଜୋୟା ଫାକ୍ଟର’ ଖୁବଶୀଘ୍ର ପରଦାକୁ ଆସୁଛି।
ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଜୋୟା ଫାକ୍ଟର’ ପାଇଁ ଖୁବ୍ ବ୍ୟସ୍ତ। ଏହି ଫିଲ୍ମରେ ସୋନମଙ୍କ ବିପକ୍ଷରେ ନଜର ଆସୁଛନ୍ତି ମାଲାୟାଲାମ ଫିଲ୍ମରୁ ବଲିଉଡକୁ ଆସିଥିବା ଅଭିନେତା ଦୁଲକର ସଲମାନ।
ନିକଟରେ ଫିଲ୍ମ ‘ଜୋୟା ଫାକ୍ଟର’ର ରିଲିଜ ତାରିଖ ନିକଟରେ ପରିବତ୍ତନ କରାଯାଇଛି। ଏପ୍ରିଲ ୫ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବର୍ତ୍ତମାନ ଜୁନ୍ ୧୪ରେ ରିଲିଜ ହେବ।

ଦୁଲକର ସଲମାନଙ୍କ ସହ ପ୍ରଥମ ଥର ପାଇଁ ଅଭିନେତ୍ରୀ ସୋନମ କପୁର ଅଭିନୟ କରିବାକୁ ଯାଉଛନ୍ତି। ଫିଲ୍ମ ‘ଜୋୟା ଫାକ୍ଟର’ ଲେଖିକା ଅନୁଜା ଚୌହାନଙ୍କ ନୋଭେଲ ‘ଜୋୟା ଫାକ୍ଟର’ ଉପରେ ଆଧାରିତ।
ଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନର୍ରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଶର୍ମା। ଏହି ଫିଲ୍ମରେ ଅଭିନେତା ସଂଜୟ କପୁର ମଧ୍ୟ ନଜର ଆସିବେ।


















