ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ  

ବଲିଉଡର ମସକ୍‌କଲି ଗାର୍ଲ ସୋନମ କପୁର ଆଜି ୩୫ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୫ ଆଜିର ଦିନରେ ଜନ୍ମ ହୋଇଥିଲେ ସୋନମ। ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା…

ପ୍ରଖ୍ୟାତ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ କପୁର ଯେତେବେଳେ ଫିଲ୍ମ ଲାଇନରେ ପାଦ ଦେଇଥିଲେ, ସେତେବେଳେ ସେ କେବେ ବି ଭାବିନଥିଲେ ଯେ ଦିନେ ହିରୋଇନ୍ ହେବେ, କାରଣ ସେ ଖୁବ୍ ମୋଟି ଥିଲେ। ସେ ପ୍ରଥମେ ନିର୍ଦ୍ଦେଶକ ସଞ୍ଜୟ ଲୀଳ ଭଁସାଲିଙ୍କ ଫିଲ୍ମ ‘ବ୍ଲାକ’ରେ ସହକାରୀ ଭାବେ କାମ କ ରିଥିଲେ। ଏହାପରେ ଭଁସାଲୀ ସୋନମଙ୍କୁ ହିରୋଇନ୍ ଭାବେ ‘ସାୱରିୟା’ରେ ଲଞ୍ଚ୍ କରିବାକୁ ଚାହିଁଲେ। ଏଥିରେ ଉତ୍ସାହିତ ହୋଇ ସୋନମ୍ ପ୍ରାୟ ୪୦ କିଲୋ ଓଜନ କମ କରି ସ୍ଲିମଟ୍ରିମ୍ ବନିଥିଲେ। ଏବେ ସେ ଫ୍ୟାସନ ଆଇକନ୍।

ବଲିଉଡରେ ଅନେକ ଫିଲ୍ମରେ ବି ସେ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି। ଦିଲ୍ଲୀ ୬, ଆଇ ହେଟ ଲଭ୍‌ ଷ୍ଟୋରି, ଆଇଶା, ଥାଙ୍କ ୟୁ,  ବମ୍ବେ ଟକିଜ, ରାନଝନା ଭଳି ଫିଲ୍ମ ସେ କାମ କରିଥିଲେ।

ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଜୋୟା ଫ୍ୟାକ୍ଟରରେ ଦେଖିବାକୁ ମିଳିଥିଲା।

Comment