ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ବଲିଉଡର ନାୟିକାମାନେ ଅନେକ ସମୟରେ ଫ୍ୟାନମାନଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥାନ୍ତି। ସେଭଳି କିଛି ଅଘଟଣ ସମ୍ପର୍କରେ ଆସନ୍ତୁ ଜାଣିବା…

ବଲିଉଡ ଷ୍ଟାରମାନଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବଲିଉଡ ଓ ଟଲିଉଡର ହିରୋଇନ୍‌ମାନେ ଅନେକ ସମୟରେ ଫ୍ୟାନ୍‌ମାନଙ୍କ ଗହଣରେ ରହିଥାନ୍ତି। ସେହି ସମୟରେ ସେମାନେ ଅସଦାଚରଣର ଶିକାର ହୋଇଥାନ୍ତି। ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ, ସ୍ପର୍ଶ କରିବା ଲାଗି ଆତୁର ହୋଇପଡ଼ନ୍ତି। ଏହା ବେଳେ ବେଳେ ଅସୁବିଧାରେ ପକାଇଥାଏ ନାୟିକାମାନଙ୍କୁ। ଆସନ୍ତୁ ଜାଣିବା କେଉଁ ନାୟିକାମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି…

କାଟ୍ରିନା କୈଫ୍‌

ସରକାର୍‌, ପାର୍ଟନର, ମୈନେ ପ୍ୟାର୍ କ୍ୟୁଁ କିୟା, ବ୍ୟାଙ୍ଗ୍ ବ୍ୟାଙ୍ଗ୍, ଅଜବ ପ୍ରେମ କି ଗଜବ କାହାନୀ, ୟେ ଜିନ୍ଦେଗୀ ନା ମିଲେଗି ଦୋବାରା, ଏକ୍‌ ଥା ଟାଇଗର, ଧୂମ୍‌-ଥ୍ର ଓ ଟାଇଗର୍‌ ଜିନ୍ଦା ହେ ଭଳି ସୁପରହିଟ୍ ଫିଲ୍ମର ନାୟିକା କାଟ୍ରିନା କୈଫ୍‌ ୨୦୦୫ ମସିହାରେ ଦୁର୍ଗା ପୂଜା ସମୟରେ କୋଲକାତା ଯାଇଥିଲେ।

ସେଠାରେ ସେ ଦୁର୍ଗା ପୂଜା ଦେଖିବାକୁ ବିଭିନ୍ନ ପୂଜା ମଣ୍ଡପକୁ ଯାଇଥିଲେ। ଯେମିତି ଖବର ଫ୍ୟାନ୍‌ମାନଙ୍କ ମହଲରେ ପ୍ରଚାରିତ ହୋଇଥିଲା, ସେମିତି ସେଠାକୁ ଲୋକଙ୍କ ଭିଡ଼ ମାଡ଼ି ଆସିଥିଲା। ନିରାପତ୍ତା ରକ୍ଷାମାନେ ସେହି ଭିଡ଼କୁ ରୋକିବା ଲାଗି ପ୍ରୟାସ କରିଥିଲେ। କିନ୍ତୁ ତା’ ଭିତରେ ବି କାଟ୍ରିନା କୈଫ୍‌ ଅସଦାଚରଣର ଶିକାର ହୋଇଥିଲେ। ଫ୍ୟାନ୍‌ମାନେ ତାଙ୍କୁ ଅସଦାଚରଣ ବି କରିବାକୁ ପଛାଇ ନଥିଲେ।

ସୁସ୍ମିତା ସେନ୍‌

ପ୍ରଥମ  ଭାରତୀୟ ମିସ ୟୁନିଭର୍ସ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ସୁସ୍ମିତା ସେନ୍‌ ଅନେକଥର ଏଭଳି ଅସଦାଚରଣର ଶିକାର ହୋଇଥିବା ଜଣାଯାଇଛି। ଥରେ ସେ ପୁଣେର ଏକ ଜୁଏଲାରୀ ଷ୍ଟୋରର ଉଦ୍‌ଘାଟନ କରିବାକୁ ଯାଇଥିଲେ। ସେଠାରେ ତାଙ୍କ ପ୍ରଶଂସକମାନେ ସୁସ୍ମିତା ସେନ୍‌ଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ସେଥିରୁ ବଡ଼ କଷ୍ଟରେ ମୁକୁଳିଥିଲେ ସୁସ୍ମିତା ସେନ୍‌।

ସୋନାକ୍ଷୀ ସିହ୍ନା

ଦବଙ୍ଗ, ଦବଙ୍ଗ-୨, ଆର୍. ରାଜ କୁମାର, ସନ୍ ଅଫ୍ ସର୍ଦ୍ଦାର୍, ଲୁଟେରା, ହାପି ଫିର୍‌ ଭାଗ୍‌ ଜାଏଗି ଭଳି ଲୋକପ୍ରିୟ ସିନେମାର ନାୟିକା ସୋନାକ୍ଷୀ ସିହ୍ନା ବି ଅସଦାଚରଣ ଅଘଟଣରୁ ବାଦ୍‌ ପଡ଼ିନାହାନ୍ତି।

ଦକ୍ଷିଣ ମୁମ୍ବାଇର ଗାନ୍ଧି ମଇଦାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସୋନାକ୍ଷୀ ସିହ୍ନା। ଏହା ୨୦୧୦ ମସିହାର ଘଟଣା। ସେଠାରେ ସୋନାକ୍ଷୀଙ୍କ ଫ୍ୟାନ୍‌ମାନେ ତାଙ୍କୁ ଜବରଦସ୍ତି ଛୁଇଁବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରୁ ତାଙ୍କୁ ଅଭିନେତା ଅକ୍ଷୟ କୁମାର ସୋନାକ୍ଷୀଙ୍କୁ ବଞ୍ଚାଇଥିଲେ। ହେଲେ ସୋନାକ୍ଷୀ ଏହି ଅଘଟଣରେ ବ୍ୟଥିତ ହୋଇ କାନ୍ଦିବାକୁ ଲାଗିଥିଲେ।

ସୋନମ୍‌ କପୁର

ସାୱରିୟା, ରାଁଝଣା, ନୀରଜା, ବୀରେ ଦ ୱେଡିଂ ଏବଂ ପ୍ରେମ ରତନ୍ ଧନ ପାୟୋ ଭଳି ଲୋକପ୍ରିୟ ଫିଲ୍ମର ନାୟିକା ସୋନମ୍‌ କପୁର ଫ୍ୟାନ୍‌ମାନଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଘଟଣା ଏକଦା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ଏହି ଘଟଣାଟି ଘଟିଥିଲା ଫିଲ୍ମ ‘ରାଁଝଣା’ର ପ୍ରମୋସନ୍‌ ଅବସରରେ। ସେ ଏକ ଜାଗାକୁ ଫିଲ୍ମର ପ୍ରମୋସନ୍‌ ଲାଗି ଯାଇଥିଲେ। ସେଠାରେ ତାଙ୍କ ପ୍ରଶଂସକମାନେ ସୋନମଙ୍କୁ ଛୁଇଁବାକୁ ଆତୁର ହୋଇ ପଡ଼ିଥିଲେ। ଅବଶ୍ୟ ସୋନମ କପୁରଙ୍କୁ ଫିଲ୍ମରେ ତାଇ କୋ-ଷ୍ଟାର୍‌ ଧନୁଷ ରକ୍ଷା କରିଥିଲେ ଓ ବାହାରକୁ ନେଇ କରି ଆସିଥିଲେ।

 

Comment