ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ଦିନିକିଆ ସିରିଜ ଚତୁର୍ଥ ମ୍ୟାଚ ରବିବାର ମୋହାଲି ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୩୨ ରନ୍‌ରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲା। ଟିମ୍‌ ଇଣ୍ଡିଆ ତୃତୀୟ ମ୍ୟାଚ ହାରିବା ପରେ ସିରିଜ ଆହୁରି ରୋମଞ୍ଚକର ହୋଇପଡ଼ିଛି।

୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୨-୧ରେ ଆଗୁଆ ଅଛି। ତେବେ ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ ହାତେଇବା ଲକ୍ଷ୍ୟରେ ଖେଳିବ କୋହଲି ସେନା। ଅନ୍ୟ ପକ୍ଷରେ ଭ୍ରମଣକାରୀ କଙ୍ଗାରୁ ଦଳ ମ୍ୟାଚ ଜିତି ସିରିଜରେ ବରାବର ହେବାର ଲକ୍ଷ୍ୟ ରଖିବ।

ଆଜିର ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଖେଳୁନାହାନ୍ତି। ଏହା ହୁଏତ ଦଳ ଉପରେ ପ୍ରଭାବ ପକାଇପାରେ। ତାଙ୍କ ବଦଳରେ ଟିମ୍‌ରେ ରିଶଭ ପନ୍ଥଙ୍କୁ ନିଆଯାଇଛି। ଏହି ମ୍ୟାଚରେ ସମସ୍ତଙ୍କ ନଜର ରିଶଭଙ୍କ ଉପରେ ରହିବ। କାରଣ, କାଲିର ଖେଳକୁ ଦେଖିବା ପରେ ପନ୍ଥ ବିଶ୍ୱକପ ରେ ଖେଳିବେ କି କି ନାହିଁ ତାହା ସ୍ଥିର କରାଯିବ।

Comment