ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ମମତା ବାନାର୍ଜୀ ଦଳ(ଟିଏମସି) ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ସେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ବାଜିଛି ନିର୍ବାଚନ ବିଗୁଲ୍‌। ଲୋକସଭା ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଏହାପରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି।

ମହିଳା କାର୍ଡ ଖେଳିଲେ ଦିଦି 

ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ନିର୍ବାଚନ ଲାଗି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।  ପଶ୍ମିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଏଥର ପ୍ରାର୍ଥୀ ତାଲିକାରେ ମମତା ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି। ଯାହାପରେ ମମତା ବାନାର୍ଜୀ କହିଛନ୍ତି ଏହା ଗର୍ବ କରିବାର ସମୟ।

୫ଷ୍ଟାଣ୍ଡିଂ ସାଂସଦଙ୍କୁ ଦଳ ଦେଲାନି ଟିକେଟ

ପ୍ରାର୍ଥୀ ତାଲିକା ଘୋଷଣା ସହ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ମମତା ବାନାର୍ଜୀ ଦଳର ଟିକେଟ ନେଇ କିଛି କହିଥିଲେ। ସେ କହିଥିଲେ  କି ଏଥର ନିର୍ବାଚନ ଲାଗି ୫ଜଣ ଷ୍ଟାଣ୍ଡିଂ ସାଂସଦଙ୍କୁ ଟିକେଟ ଦିଆଯାଇନାହିଁ। ଯେଉଁମାନଙ୍କ ମଧ୍ୟରେ ସଂଧ୍ୟା ରାୟ, ସୁବ୍ରତ ବକ୍ସି, ସୁଗାତା ବୋଷଙ୍କ ନାଁ ଅଛି।

ଟିଏମସି ଓଡ଼ିଶାରେ ଦେବ ୧୦ ବିଧାନସଭା ସିଟ୍‌ ଲାଗି ପ୍ରାର୍ଥୀ

ତୃଣମୂଳ କଂଗ୍ରେସ ପଶ୍ମିମ ବଙ୍ଗ ବ୍ୟତିତ ଝାରଖଣ୍ଡ, ବିହାର, ଆସାମ ରେ ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥି ଦେବାକୁଥିବା ବେଳେ ଓଡ଼ିଶାରେ ୧୦ଟି ବିଧାନସଭା ସିଟ୍‌ ଲାଗି ପ୍ରାର୍ଥୀ ଦେବ। ସେହିପରି ଦଳ ୟୁପି, ମଧ୍ୟ ପ୍ରଦେଶ, ରାଜସ୍ଥାନ, ପଞ୍ଜାବରେ ପ୍ରାର୍ଥୀ ଦେଉନଥିବା ବେଳେ ସେଠାରେ କ୍ଷତ୍ରିୟ ଦଳ ମାନଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛି।

Comment