ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦର ଓ ଆକର୍ଷଣୀୟ ଦିଶିବା ପ୍ରତି ମଣିଷର ଇଚ୍ଛା। କିନ୍ତୁ ବଜାରରେ ମିଳୁଥିବା ପ୍ରଡକ୍ଟ ତ୍ୱଚା ପାଇଁ ହାନିକାରକ ହୋଇଥାଏ। କିଛି ଜଣଙ୍କ ସ୍କିନ୍‌ରେ ରିଆକ୍ସନ୍‌ ମଧ୍ୟ କରିଥାଏ। କିଛି ଘରୋଇ ଫେସ୍‌ ପ୍ୟାକ୍‌ ବ୍ୟବହାର କରି ଆପଣ ନିଜ ତ୍ୱଚାକଚ ଦାଗମୁକ୍ତ, ଉଜ୍ଜ୍ୱଳ ଏବଂ କୋମଳ କରିପାରିବେ। ତ୍ୱଚାରେ ପ୍ରାକୃତିକ ଭାବେ ଆଦ୍ରତା ବଜାୟ ରଖିବା ପାଇଁ ଘରେ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ।

ଗ୍ଲିସେରିନ୍‌, ଲେମ୍ବୁରସ – ତ୍ୱଚାକୁ ନମନୀୟ ଏବଂ ଗ୍ଲୋଇଙ୍ଗ୍‌ କରିବା ପାଇଁ ପ୍ରତିଦିନ ରାତିରେ ଗୋଟେ ଚାମଚ ଲେମ୍ବୁ ରସରେ ଦୁଇ ଠୋପା ଗ୍ଲିସେରିନ୍‌ ମିଶାଇ ଲଗାନ୍ତୁ। ୧୫ ମିନିଟ୍‌ ପରେ ମାଲିସ୍‌ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ପ୍ରତିଦିନ କରିବା ଦ୍ୱାରା ତ୍ୱଚା କୋମଳ ହେବା ସହ ଗ୍ଲୋ କରିଥାଏ।

ମୁଲତାନି ମାଟି, ଅଣ୍ଡାର ଧଳା ଅଂଶ – ମୁଲତାନି ମାଟି ଗୋଟେ ଚାମଚ ସହ ଅଣ୍ଡାର ଧଳା ଅଂଶ ଏବଂ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର କରନ୍ତୁ। ଏହାଦ୍ୱାରା ମୁହଁରେ ହୋଇଥିବା ଓପନ୍‌ ପୋର ସଙ୍କୁଚିତ ହୋଇଥାଏ। ଏବଂ ତ୍ୱଚା ଟାଇଟ୍‌ ହୋଇଥାଏ।

ବେସନ, ଲେମ୍ବୁରସ, କ୍ଷୀର – ଗୋଟେ ଚାମଚ ବେସନ, ତିନି ଠୋପା ଲେମ୍ବୁରସ, ଗୋଟେ ଚାମଚ କ୍ଷୀରକୁ ମିଶାଇ ମୁହଁ, ବେକରେ ଲଗାନ୍ତୁ। ୧୫-୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏହି ପେସ୍‌ ପ୍ୟାକ୍‌ ବ୍ୟବହାର କଲେ ମୃତ କୋଷିକା, ଦାଗ, ବ୍ରଣ, ବ୍ଲାକ୍‌ହେଡ କମିଥାଏ। ତ୍ୱଚାରେ ଗ୍ଲୋ ଆସିଥାଏ।

ଟମାଟୋ ରସ, ମହୁ – ଟମାଟୋରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ। ଏହା ତ୍ୱଚାରେ ହୋଇଥିବା ଟ୍ୟାନ୍‌ ଏବଂ ମୃତ କୋଷିକାକୁ ହଟାଇଥାଏ। ପ୍ରଥମେ ତ୍ୱଚାକୁ ଧୋଇ ଦିଅନ୍ତୁ। ଏହାପରେ ଏହି ପ୍ୟାକ୍‌କୁ ଲଗାନ୍ତୁ, ଶୁଖିଲା ପରେ ଧୋଇ ଦିଅନ୍ତୁ। ଏହା ପ୍ରତିଦିନ ବ୍ୟବହାର କଲେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ।

Comment