ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ତ୍ଵଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଏହି ଦିନେ ତ୍ଵଚା ଶୁଷ୍କ ହୋଇଯାଏ। ଏହାକୁ କମ୍ କରିବା ପାଇଁ ଆପଣ ଘରୋଇ ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ। ଏହା ଦ୍ଵାରା ତ୍ଵଚା ମୁଲାୟମ୍ ହେବା ସହ ଉଜ୍ଜ୍ଵଳ ଦେଖାଯାଇଥାଏ।

ଫଳ ଫେସ୍ ପ୍ୟାକ୍

ଉଜ୍ଜ୍ଵଳ ତ୍ଵଚା ପାଇଁ ଆପଣ ବିଭିନ୍ନ ପ୍ରକାର ଫଳରେ ଫେସ୍ ପ୍ୟାକ୍ ବନେଇ ରାତିରେ ଶୋଇବା ପୂର୍ବରୁ ଲଗାଇପାରିବେ। ସେଓରେ ଭିଟାମିନ୍ ସି ପୂରି ରହିଥାଏ, ଯାହାକି ଟ୍ୟାନିଂ ସମସ୍ୟାରୁ ମୁକ୍ତି ଦିଏ। ସେହିପରି ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।ଏହା ତ୍ଵଚାକୁ ସତେଜ ରଖିଥାଏ। କଦଳୀରେ ଭିଟାମିନ୍ ଇ, ବି ଓ ସି ରହିଥାଏ, ଯାହାକି ତ୍ଵଚାକୁ ଉଜ୍ଜ୍ଵଳ କରିଥାଏ। ତେଣୁ ତ୍ଵଚାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଏସବୁ ଫଳରେ ଫେସ୍ ପ୍ୟାକ୍ ପ୍ରସ୍ତତ କରି ଲଗାନ୍ତୁ। ଏହାର ୩୦ ମିନିଟ୍ ପରେ ମୁହଁ ଧୋଇଦିଅନ୍ତୁ।

ମହୁ, ଦହି ଓ ରେଡ୍ ଓ୍ଵାଇନ୍ ଫେସ୍ ପ୍ୟାକ୍

ଏକ ଚାମଚ ମହୁ, ଏକ ଚାମଚ ଦହି ଓ ଏକ ଚାମଚ ରେଡ୍ ଓ୍ଵାଇନ୍‌କୁ ମିଶାଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ। ୩୦ ମିନିଟ୍ ପରେ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହା ପରେ ମଏଶ୍ଚରାଇଜର ଲଗାଇଦିଅନ୍ତୁ।Watermelon face pack-1ଏହି ସବୁ ଫେସ୍‌ ପ୍ୟାକ୍ ଲଗାଇବା ଦ୍ଵାରା ତ୍ଵଚାର ଉଜ୍ଜ୍ଵଳତା ବୃଦ୍ଧି ପାଇଥାଏ। ଏଥିସହ ଦହିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍‌ଫ୍ଲେମେଟରି ତ୍ଵଚାରୁ ଦାଗ ଦୂର କରିବାରେ ସାହାଯ୍ୟ କରେ। ସେହିପରି ମହୁ ବ୍ରଣ କମ୍ କରିବାରେ ସହାୟକ ହୁଏ। ରେଡ୍‌ ଓ୍ଵାଇନ୍ ତ୍ଵଚାକୁ ମୁଲାୟମ୍ କରିଥାଏ।

Comment