ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ଲୋକଙ୍କୁ ନିଜର ଦିୱାନା କରି ଆସିଛନ୍ତି। ପାକିସ୍ତାନର ଏକ ଚା’ ଦୋକାନରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଲଗାଯାଇଛି। ଅଭିନନ୍ଦନଙ୍କ ଏହି ଫଟୋ ସହିତ ଲେଖାଯାଇଛି କି ‘ଏସି ଚାଏ ଯୋ ଦୁଷ୍ମନ କୋ ଭି ଦୋସ୍ତ ବନାଏ।

ବନ୍ଧୁତ୍ୱର ମିଶାଲ ଦେଇ ଅଭିନନ୍ଦନଙ୍କ ଏହି ଫଟୋକୁ ପାକିସ୍ତାନର କେଉଁ ସ୍ଥାନରେ ଲଗାଯାଇଛି ତାହା ଜଣାପଡିନଥିବାବେଳେ କିନ୍ତୁ ଟ୍ବିଟରରେ ଉମର ଫରୁକ୍ ନାମକ ଏକ ବ୍ୟକ୍ତି ଏହି ଫଟୋକୁ ସେୟାର କରିଥିଲେ ଯାହାପରେ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଫଟୋଟିର ସତ୍ୟତା ଉପରେ କୌଣସି ପ୍ରକାରର ଦୃଢ଼ତା ନଥିଲେ ମଧ୍ୟ ଯଦି ଏହା ସତ ହୋଇଥାଏ ତେବେ ଦୁଇ ଦେଶ ଭିତରେ ଦୂରତା ଦୂର କରିବାରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏକ ମାଧ୍ୟମ ହୋଇପାରନ୍ତି।

ଏହାପୂର୍ବରୁ ପାକିସ୍ତାନରେ ଏକ ଚା’ର ପ୍ରଚାର ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଯେଉଁଥିରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏହା କହୁଥିବାର ନଜର ଆସୁଛନ୍ତି ଯେ ‘ସାନଦାର ଚାଏ ଧନ୍ୟବାଦ’କିନ୍ତୁ ପଛରେ ଜଣାପଡିଥିଲା ଏହି ଭିଡିଓ ଫେକ୍ ଥିଲା ଏବଂ ଏପରି ଫଟୋସପ ଜରିଆରେ କରାଯାଇଥିଲା।

Comment